କେନ୍ଦୁଝରରେ ଡବଲ ମର୍ଡର; ଅନ୍ଧବିଶ୍ଵାସରୁ ହତ୍ୟାକାଣ୍ଡ

କେନ୍ଦୁଝର: ଅନ୍ଧବିଶ୍ଵାସରୁ ହତ୍ୟାକାଣ୍ଡ। ଗୁଣିଗାରେଡିକୁ ନେଇ କେନ୍ଦୁଝର ଜିଲାରେ ଘଟିଛି ଡବଲ ମର୍ଡର। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କେତେଜଣ ଲୋକ ଜଣେ ୬୦ ବର୍ଷର ବୃଦ୍ଧ ଏବଂ ଅନ୍ୟ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ନିକଟ ନେଙ୍କେଡ଼ାପାଲୀ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଘଟଣାଟି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା ଘଟଣା ରାଜ୍ୟରେ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଥିଲେ ମଧ୍ୟ ସଚେତନତା ଅଭାବରୁ ଏଭଳି ହିଂସା କମିବାରେ ନାଁ ନେଉନାହିଁ।

Comments are closed.