www.samajalive.in
Sunday, December 14, 2025
26.1 C
Bhubaneswar

ଜମିବାଡ଼ି ବିବାଦରୁ ଡବଲ ମର୍ଡର – କାକା ଓ ଖୁଡିକୁ ହତ୍ୟା କଲା ପୁତୁରା

ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାରୁ ପୁତୁରା ନିଜ କାକା ଓ କାକି ଧାରୁଆ ଅସ୍ତ୍ର ରେ ହତ୍ୟା କରିଛି। ଶୁକ୍ରବାର ରାତି ୮ଟା ସମୟରେ ଗ୍ରାମର ସ୍କୁଲ ସମ୍ମୁଖରେ କିଛି ଲୋକ ତାସ ଖେଳୁଥିଲେ। ସେଠାରେ ତ୍ରିଲୋଚନ ନାଗ(୫୮) ବସିଥିଲେ। ପୁତୁରା କୁଶଧ୍ୱଜ ନାଗ ଅତର୍କିତ ଭାବେ ଆସି କାକାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାସ ଖେଳୁଥିବା ଲୋକ ଛଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ ଅସ୍ତ୍ର ବୁଲାଇ ଡ଼ରାଇବାରୁ ଅନ୍ୟମାନେ ପଳାଇ ଯାଇଥିଲେ। ସ୍ୱାମୀକୁ ଆକ୍ରମଣ କରୁଥିବା ଦେଖି ସ୍ତ୍ରୀ ସୀମା ନାଗ(୪୫) ଛଡ଼ାଇବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ପୁତୁରା କୁଶ ନାଗ ଆକ୍ରମଣ କରିଥିଲା।

- Advertisement -

କାକା କାକିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲା ପରେ ସେମାନଙ୍କୁ ଘୋଷାରି ନେଇ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରେ ପକାଇ ଦେଇଥିଲା। ମା’କୁ ପାଣି ପିଆଇବାକୁ ଯାଇଥିବା ଝିଅ ଝୁମି ନାଗ(୧୪) ହାତରେ ମଧ୍ୟ ଚୋଟ ବାଜିଛି। ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଡବଲ ମର୍ଡର ଘଟିଥିବା ଆଲୋଚନା ହେଉଛି। ରାତିରେ ଖବର ପାଇ ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖିଛି। ଆଜି ସକାଳୁ ଦମକଳ ବାହିନୀ ଓ ପୋଲିସ ସହାୟତାରେ ପରିତ୍ୟକ୍ତ କୂଅରୁ ଶବକୁ ଉଦ୍ଧାର କରିଛି।

ପୂର୍ବରୁ ମଧ୍ୟ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ବେଳେ ଆପୋଷ ବୁଝାମଣାରେ ସମାଧାନ ହୋଇଥିଲା। ଜମିବାଡି ବିବାଦରୁ ଆଜି ଡବଲ ମର୍ଡର ଭଳି ଘଟଣା ଘଟିଯାଇଛି। କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର, ପୋଲିସ ଥାନା ଅଧିକାରୀ ପଞ୍ଚାନନ ନାଏକ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଥିବା ଜଣାପଡିଛି। ବାପା ମାଆଙ୍କ ହତ୍ୟା ପରେ ୪ ପୁଅ ଝିଅ ବେସାହାରା ହୋଇପଡିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories