www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ, ସକାଳୁ ଉଠି କେଉଁ କାମ କଲେ ଦିନ ଭଲରେ କଟେ ଓ କେଉଁ କାମ ଦିନ ଖରାପ କରିଦିଏ

ସାଧାରଣତଃ ଆମେ ସମସ୍ତେ ଚାହାନ୍ତି ଯେ ଆମ ଦିନର ଆରମ୍ଭ ଭଲ ହେଉ ଓ ପୁରା ଦିନ ଭଲରେ କଟୁ। ହେଲେ ଦିନର ଆରମ୍ଭରୁ ଅଜଣାତରେ କରୁଥିବା ଆମର କିଛି ଭୁଲ୍ ପାଇଁ ଆମର ସମ୍ପୂର୍ଣ୍ଣ ଦିନ ଖରାପ ବା ଅଶୁଭ ହୋଇଯାଏ। ଯଦ୍ବାରା କାର୍ୟ୍ୟରେ ଅସଫଳ ହେବା ସହ ଅନେକ ସମସ୍ୟା ଦେଖା ଦେଇଥାଏ। ତେବେ ଚାଲନ୍ତୁ ଜାଣିବା ଆମେ ସକାଳୁ କରୁଥିବା ସେହି ସବୁ ଭୁଲ୍ ବିଷୟରେ ଯାହାଦ୍ବାରା ଆମର ସମ୍ପୂର୍ଣ୍ଣ ଦିନ ଖରାପ ହୋଇଯାଏ –

ଅଧିକାଂଶ ଲୋକେ ସକାଳୁ ଉଠିବା ସମୟରେ ଦର୍ପଣ ଦେଖିଥାନ୍ତି, ମାତ୍ର ସେମାନେ ଜାଣି ନଥାନ୍ତି ଯେ ଏପରି କରିବା ବହୁତ ଅଶୁଭ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ସକାଳୁ ଉଠି ଦର୍ପଣ ଦେଖିବା ଅନୁଚିତ। ଏହାଦ୍ବାରା ପୁରାଦିନ ଆପଣଙ୍କ ଉପରେ ନକରାତ୍ମତ ଶକ୍ତିର ପ୍ରଭାବ ପଡ଼ିଥାଏ।

- Advertisement -

ସେହିପରି ସକାଳୁ ଆଖି ଖୋଲିବା ସମୟରେ କାହାର ଚେହେରା ମଧ୍ୟ ଦେଖିବା ଅନୁଚିତ। ଦିନଟି ଭଲରେ ଆରମ୍ଭ କରିବା ପାଇଁ ସକାଳୁ ଆଖି ଖୋଲିବା ସମୟରେ ପ୍ରଥମେ ନିଜର ଇଷ୍ଟ ଦେବତାଙ୍କୁ ଧ୍ୟାନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଆତ୍ମବିଶ୍ବାସ ବଢିଥାଏ ଓ ଦିନ ଭଲରେ କଟିଥାଏ।

ସକାଳୁ ଉଠି ମନ୍ଦିରର ଘଣ୍ଟି ବା ଶଙ୍ଖ ଧ୍ବନି ଶୁଣିବା ଦ୍ବାରା ଶରୀରରେ ସକରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ। ଏହା ବ୍ୟତୀତ ସକାଳୁ ନଡ଼ିଆ, ଶଙ୍ଖ, ଫୁଲ ଆଦି ଦେଖିବା ବହୁତ ଶୁଭ ହୋଇଥାଏ।

ସକାଳୁ କୌଣସି କାମ ପାଇଁ ବାହାରିବା ସମୟରେ ଯଦି ଆପଣ କିଛି ସଫା କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ।

ସକାଳୁ ଜଳଖିଆ ସେବନ କରିବା ସମୟରେ କୌଣସି ପଶୁର ନା ନେବା ଅନୁଚିତ। ଏହା କରିବା ଦ୍ବାରା ଆପଣଙ୍କ ଦିନଟି ଖରାପ ହୋଇଥାଏ।

ସକାଳୁ ଧଳା ଗାଈ ଦେଖିବା ଶୁଭ ହୋଇଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories