www.samajalive.in
Tuesday, December 9, 2025
15.1 C
Bhubaneswar

ଖଟରେ ବସି ଭୋଜନ କରୁଛନ୍ତି କି ? ତୁରନ୍ତ ବଦଳାନ୍ତୁ ଏହି ଅଭ୍ୟାସ

ବହୁ ଲୋକଙ୍କ ଅଭ୍ୟାସ ବିଛଣାରେ ବସି ଭୋଜନ କରିବା। ଏଭଳି କି ବିଛଣାରେ ବସି ଟିଭି ଦେଖିବା ହେଉ ଅଥବା ଅନ୍ୟ କାମ କରିବା ସମୟରେ ମଧ୍ୟ ଖଟରେ ବସି ଭୋଜନ କରନ୍ତି। ମାତ୍ର ହୁଏତ ଅଧିକାଂଶ ଲୋକଙ୍କକୁ ଏହା ଜଣାନଥିବ, ଖଟରେ ବସି ଖାଦ୍ୟ ଖାଇବା ଆଦୌ ଉଚିତ ନୁହେଁ। ଖଟ ହିଁ ଏଭଳି ଏକ ସ୍ଥାନ ଯେଉଁଠାରେ ଲୋକେ ଆରାମ କରିଥାଆନ୍ତି।
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି , ଖଟ କିମ୍ବା କୌଣସି ଆରମ କରିବା ସ୍ଥାନରେ ଖାଦ୍ୟ ଖାଆନ୍ତି, ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି। ଏହାସହ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଜାଣନ୍ତୁ….
ଅନେକ ଲୋକେ ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବାକୁ ପସନ୍ଦ କରନ୍ତି। ଏଭଳି ସମୟରେ ସେମାନେ ବିଛଣାରେ ହିଁ ଖାଦ୍ୟ ଖାଇବାକୁ ଆରମ୍ଭ କରିଥାଆନ୍ତି। ଏପରି କରିବା ଦ୍ୱାରା ମସ୍ତିଷ୍କରେ କୁପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ନିଦ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ମନ ବିଚଳିତ ମଧ୍ୟ ହୋଇଥାଏ।
ବିଛଣାରେ ଭୋଜନ କରିବା ଦ୍ୱାରା ଚଦରରେ ଖାଦ୍ୟର ଅଂଶ ପଡିଥାଏ। ଯାଦ୍ୱାରା ଖଟରେ ପିମ୍ପୁଡି ଓ ଅସରପା ମଧ୍ୟ ହୁଅନ୍ତି। ବିଭିନ୍ନ ରୋଗ ଜୀବାଣୁ ମଧ୍ୟ ସୃଷ୍ଟି ହୁଅନ୍ତି।
ବସିକରି ଖାଦ୍ୟ ଖାଇବାର ମଧ୍ୟ ଏକ ପ୍ରଣାଳୀ ରହିଛି। ଖାଦ୍ୟ ଖାଇବା ସମୟରେ ସଠିକ ଭାବେ ବସି ନଖାଇଲେ ତାହା ଭଲ ଭାବେ ହଜମ ହୋଇନଥାଏ। ଫଳରେ ପାଚନ ଜନିତ ବହୁ ସମସ୍ୟା ସୃଷ୍ଟି କରିଥାଏ। ଗ୍ୟାସଟିକ, ପେଟରେ ଯନ୍ତ୍ରଣା, ଆଦି ହୋଇଥାଏ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି କେବେ ଖଟରେ ଆପଣ ଖାଦ୍ୟ ଖାଇଛନ୍ତି, ତୁରନ୍ତ ଚଦରକୁ ବଦଳାଇ ଦିଅନ୍ତୁ। ନଚେନ ଶରୀରରେ ରୋଗ ଲାଗିରହିଥାଏ।
ତେଣୁ ବିଛଣାରେ ଖାଦ୍ୟ ଖାଆନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories