www.samajalive.in
Sunday, December 7, 2025
16.1 C
Bhubaneswar

ଖାଲି ପେଟରେ ଖାଆନ୍ତୁ ନାହିଁ କଦଳୀ ; ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ବହୁ ପୋଷକ ତତ୍ତ୍ୱ ରହିଛି। ତେଣୁ ଏହା ଆମକୁ ସୁସ୍ଥ ରଖେ। ମାତ୍ର କଦଳୀ ଖାଇବାର ସଠିକ ସମୟ ରହିଛି। ଏହାକୁ ଖାଲି ପେଟରେ ଖାଇବା ଆଦୌ ଉଚିତ ନୁହେଁ। ନଚେତ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ …..
କଦଳୀରେ ପୋଟାସିୟମ, ଫାଇବର ଏବଂ ମାଗ୍ନେସିୟମ ପ୍ରଚୁର ପରିମାଣରେ ରହିଛି। ମାତ୍ର ଏଥିରେ ଏସିଡିକ (ଅମ୍ଳଯୁକ୍ତ) ରହିଛି। ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ ଅମ୍ଳଯୁକ୍ତ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଖାଲି ପେଟରେ କଦଳୀ ଖାଇବା ଉଚିତ ନୁହେଁ।
କଦଳୀରେ ପୋଟାସିୟମ ଏବଂ ମାଗ୍ନେସିୟମ ଅଧିକ ମାତ୍ରାରେ ଥିବାରୁ , ଏହାକୁ ଖାଲିପେଟରେ ଖାଇବା ଦ୍ୱାରା ରକ୍ତରେ ଉଭୟ ପୋଷକ ତତ୍ତ୍ୱ ଅଧିକ ହୋଇଥାଏ। ଯାହା ହୃଦୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ।
କଦଳୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଶକ୍ତି ମିଳିଥାଏ। ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ହାଲିଆ ଅନୁଭବ କରିବେ। ମାତ୍ର ଖାଦ୍ୟ ଖାଇବା ପରେ ଏହାର ସେବନ କରିବା ଦ୍ୱାରା ଦିନଯାକ ଥକ୍କାପଣ ଅନୁଭବ ହୋଇନଥାଏ।
ଅଧିକାଂଶ ଲୋକେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାଆନ୍ତି। ମାତ୍ର ରାତିରେ ଖାଇବା ଦ୍ୱାରା ଆପଣ ଅସୁସ୍ଥ ହେବା ସହ କାଶ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories