୨୦୧୯ ଜନରାଜ୍ୟ ଦିବସରେ ଟ୍ରମ୍ପ ହେବେ ମୁଖ୍ୟ ଅତିଥି!

0

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରିବାକୁ ଭାରତ ସରକାର ହ୍ୱାଇଟ୍‍ ହାଉସ୍‍କୁ ଚିଠି ଲେଖିଛନ୍ତି। ଏ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କୌଣସି ଉତ୍ତର ମିଳି ନଥିଲେ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଓ ବିଶ୍ୱ କୂଟନୈତିକ ସ୍ଥିତି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଅନୁରୋଧକୁ ଟ୍ରମ୍ପ ରକ୍ଷା କରିପାରନ୍ତି ବୋଲି କୁହାଯାଉଛି।
ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ରୁଷ ସହିତ ପ୍ରତିରକ୍ଷା ସାମଗ୍ରୀ ବୁଝାମଣା ଓ ଇରାନ୍‍ରୁ ଭାରତର ତୈଳ ଆମଦାନୀ କାରବାରକୁ ଆମେରିକା ନାପସନ୍ଦ କରୁଛି। ଏଣୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସେତେଟା ଭଲ ନାହିଁ। ଟ୍ରମ୍ପଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ଭାବେ ଆମନ୍ତ୍ରଣ କରି ଏହି ସମ୍ପର୍କରେ ସୁଧାର ଆଣିବା ପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି। ଏହାପୂର୍ବରୁ ୨୦୧୫ ସାଧାରଣତନ୍ତ୍ର ଦିବସରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‍ ଓବାମା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ।

kalyan agarbati
Leave A Reply