ଭିଡିଓ: ୨ ବର୍ଷର ଶିଶୁକୁ ନିସ୍ତୁକ ପିଟୁଛି ଘରୋଇ ସହାୟକା ଭିଡିଓ ଭାଇରାଲ୍ – ଡାକ୍ତର କହିଲେ ପିଲାର ପେଟ ଭିତରେ ଲାଗିଛି ଆଘାତ
ଜବଲପୁର – ବାପା ମାଆ ଚାକିରିଆ । ଚାକିରି ପାଇଁ ବାହାରକୁ ଯାଉଥିବାରୁ ୨ ବର୍ଷର ଶିଶୁର ଯତ୍ନ ନେବାରେ ଅସୁବିଧା ହେଉଥିଲା । ଏଥିପାଇଁ ମାସକୁ ୫ ହଜାର ଟଙ୍କା ଦେଇ ଏକ ଘରୋଇ ସହାୟିକା ନିଯୁକ୍ତି ଦେଇଥିଲେ। ମାତ୍ର ଏହା ଭିତରେ ପିଲାର ପେଟ ଓ ଶରୀର ଅନ୍ୟ ଅଭ୍ୟନ୍ତର ଅଙ୍ଗରେ ଯନ୍ତ୍ରଣା ହୋଇଥିଲା ।
जबलपुर से आयीं हैं हैवानियत कि तस्वीर.दो साल के बच्चे की देखरेख के लिए रखी आया मासूम बच्चे के साथ हैवानों जैसा सलूक कर रही थी।पुलिस ने मामला दर्ज कर जेल भेज दिया है. @ABPNews @pankajjha_ @awasthis @ajay_media @AshishSinghLIVE @gyanendrat1 @Manish4all #Jabalpur pic.twitter.com/ZmynrgtxBJ
— Brajesh Rajput (@brajeshabpnews) June 14, 2022
ଡାକ୍ତର କହିଥିଲେ ପିଲାଙ୍କୁ ମାଡ ମରା ଯାଉଛି । ମାତ୍ର ଘରୋଇ ସହାୟିକା ଏହାକୁ ଅସ୍ୱୀକାର କରିଥିଲା । ପରେ ବାପା ମାଆ ଘରୋଇ ସହାୟିକାଙ୍କ ଅଜାଣତରେ ଘରେ ଏକ ସିସିଟିଭି ଲଗାଇଥିଲେ । ଏହାପରେ ସିସି ଟିଭିରେ ଘରୋଇ ସହାୟିକାଙ୍କ କଳା କାରନାମା କଏଦ ହୋଇଥିଲା । ପିଲାର ପେଟକୁ ଘୁଷା ପରେ ଘୁଷା ମାରି ଚାଲିଥିଲା ଏହି ସହାୟିକା । ପିଲାର ଯନ୍ତ୍ର ବଦଳରେ ଦେଉଥିଲା ନିର୍ଯ୍ୟାତନା ।
ଶିଶୁର ତଣ୍ଟିକୁ ଧରି ଛେଚି ଦେବା ସହ ଚୁଟି ଘୋଷାଡି ମାରୁଥିଲା । ଏହା ସହ ଗାଲକୁ ଥାପଡ ମାରୁଥିଲା । ଏହାର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି । ଶିଶୁକୁ ନିସ୍ତୁକ ମାଡ ମାରୁଥିବା ଏହି ମହିଳାଙ୍କ ନାମ ରଜନୀ ଚୌଧୁରୀ । ପିଲାର ବାପା ମାଆଙ୍କ ଅଭିଯୋଗ ପରେ ପୁଲିସ ରଜନୀ ଚୌଧୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳାଙ୍କ ଏହି କାମକୁ ସାମାଜିକ ଗଣମାଧ୍ୟମରେ ନିନ୍ଦା କରାଯାଉଛି ।
Comments are closed.