www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରେ ଷ୍ଟେଟ ପୁଲକୁ ଆସିଲେ ସମସ୍ତ ଡାକ୍ତର, ଡାକ୍ତରୀ ଛାତ୍ର, ପାରାମେଡିକାଲ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ରାଜ୍ୟର ସମସ୍ତ କ୍ୟାଡର ଡାକ୍ତର, ଡେଣ୍ଟାଲ ସର୍ଜନ, ପିଜି ଡାକ୍ତର, ପିଜି ପରବର୍ତ୍ତୀ ଡାକ୍ତର, ଇନ୍‍ଟର୍ଣ୍ଣ ଏବଂ ଶେଷବର୍ଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସାମୟିକ ଭାବରେ ଷ୍ଟେଟପୁଲକୁ ଆଣିବା ବିଷୟ ଘୋଷଣା କରିଛନ୍ତି। ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ ଯତ୍ନ କେନ୍ଦ୍ରଗୁଡିକରେ ନିୟୋଜିତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକ ପକ୍ଷରୁ ଏକ ଆଦେଶରେ କୁହାଯାଇଛି ଯେ କୋଭିଡ-୧୯ ସଂକ୍ରମଣରେ ସଂପ୍ରତି ପରିଲକ୍ଷିତ ହେଉଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଏବଂ ଏହାର ସୁଚାରୁ ପରିଚାଳନା ନିମନ୍ତେ ଓଏଚଏମଏସ କ୍ୟାଡର, ଓଏମଇଏସ କ୍ୟାଡର, ଆୟୁଷ, ଡେଣ୍ଟାଲ ସର୍ଜନ, ସମସ୍ତ ପିଜି ଡାକ୍ତର, ପିଜି ପରବର୍ତ୍ତୀ ଡାକ୍ତର, ଇନ୍‍ଟର୍ଣ୍ଣ, ସମସ୍ତ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ସହିତ ନର୍ସିଂ ଏବଂ ପାରାମେଡିକାଲ କର୍ମଚାରୀଙ୍କୁ ସାମୟିକ ଭାବରେ ଷ୍ଟେଟପୁଲକୁ ଅଣାଯାଇଛି। କୋଭିଡ-୧୯ ମହାମାରୀର ସଫଳ ପରିଚାଳନା ନିମନ୍ତେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ସେଠାରେ ନିୟୋଜିତ କରାଯିବ।
ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପରିସ୍ଥିତିରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନର ବର୍ଦ୍ଧିତ ଆବଶ୍ୟକତା ଦେଖାଦେଇଥିବାରୁ ଇତିମଧ୍ୟରେ ରାଜ୍ୟ ସରକାର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅମ୍ଳଜାନ ସିଲିଣ୍ଡରଗୁଡିକ ଭର୍ତ୍ତି କରିବାର ପୋ÷ନଃପୁନିକତାରେ ବୃଦ୍ଧି ଘଟାଇବାକୁ ଜିଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories