ଏଡିସ୍ ଆବାବା : ଇଥୋପିଆର ରାଜଧାନୀ ଏଡିସ୍ ଆବାବାର ଜଣେ ରୋଗୀଙ୍କ ପେଟରୁ ଡାକ୍ତରମାନେ ଶତାଧିକ କଣ୍ଟା ଓ ଭଙ୍ଗା କାଚ ବାହାର କରଛନ୍ତି। ସୂଚନା ଅନୁସାରେ ୩୩ ବର୍ଷିୟ ଏହି ରୋଗୀଙ୍କ ପେଟରୁ ୧୨୨ଟି (୧୦ ସେଣ୍ଟିମିଟର)ର ଲୁହା କଣ୍ଟା, ପିନ୍, ଟୁଥ୍ପିକ୍ ଏବଂ ଭଙ୍ଗା କାଚ ଖଣ୍ଡ ବାହାର କରାଯାଇଛି। ପ୍ରାୟ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାର ଚାଲିଥିଲା।
ସୂଚନା ଅନୁସାରେ ବିଗତ ୧୦ ବର୍ଷ ଧରି ରୋଗୀ ଜଣକ କୌଣସି ଏକ ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ଗତ ୨ ବର୍ଷ ଧରି ସେ ଆଉ ଔଷଧ ଖାଉନଥିଲେ। କିଛି ଦିନ ହେବ ସେ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲା। ଫଳରେ ତାଙ୍କୁ ସେଣ୍ଟ ପିଟର ସ୍ପେସାଲାଇଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍କାନିଂରୁ ତାଙ୍କ ପେଟରେ କିଛି ଲୁହା ଏବଂ କାଚର ବସ୍ତୁ ଥିବା ଜଣାପଡ଼ିଥିଲା। ସେଗୁଡ଼ିକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଡାକ୍ତରଙ୍କ କହିବା ଅନୁସାରେ ଔଷଧ ଖାଇବା ବନ୍ଦ କରିବା ପରେ ରୋଗୀ ଜଣକ କଣ୍ଟା ଓ ଭଙ୍ଗା କାଚ ଭଳି ଜିନିଷ ଖାଇଥିଲେ। ସୌଭାଗ୍ୟ ବଶତଃ ତାଙ୍କ ପେଟରେ କ୍ଷତ କିମ୍ବା କିଛି ସଂକ୍ରମଣ ହୋଇନାହିଁ। ଏପରି ହୋଇଥିଲେ ରୋଗୀ ଜଣଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଥାନ୍ତା।
ରୋଗୀଙ୍କ ପେଟରୁ ବାହାରିଲା ୧୨୨ଟି କଣ୍ଟା ଓ ଭଙ୍ଗା କାଚ
Popular Categories



