ଡାକ୍ତରଙ୍କୁ ମାଡ ଓ ନର୍ସଙ୍କୁ ଦୁର୍ବ୍ୟବହାର ଅଭିଯୋଗ

0

ଅନୁଗୁଳ: ଅନୁଗୁଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।  ଜଣେ ଡାକ୍ତରଙ୍କୁ ରାସ୍ତାରେ ମାଡ଼ ମାରିବା ନେଇ ଅନୁଗୋଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅନୁଗୋଳ କାଲଟାକସ ନିକଟରେ ବଅଂରପାଳ ସାମଲ କେୟରରୁ ଗାଇଙ୍ଗି ଡ଼ଃ ଦିବ୍ୟଜୋତି ମହାନ୍ତି  ଏବଂ ନର୍ସ ରୁବି କରନ ଏକ ବଲେରୋ ଗାଡ଼ିରେ ଅନୁଗୁଳ ଜଗନ୍ନାଥ ମନ୍ଦିର ପାଖରେ ଥିବା ଏକ ସାମଲ କେୟାର ଅଲଟ୍ରା ସାଉଣ୍ଡ କ୍ଲିନିକ ଆସୁଥିଲେ । ସେହି ସମୟରେ ଅନୁଗୁଳ କାଲଟାକସ ନିକଟରେ ୨ ଜଣ ଯୁବକ ଏକ ବାଇକରେ ଯାଉଥିବା ବେଳେ ସେମାନଙ୍କ ଗାଡ଼ିରେ ବାଜିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ଡାକ୍ତର ଓ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ନର୍ସଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ ପରେ ଘଟଣା ଘଟାଇଥିବା ୨ ଯୁବକଙ୍କୁ ଥାନାରେ ଅଟକ ରଖା ଯାଇଛି । ଯାହା ଜଣାପଡିଛି ଏହି ୨ ଯୁବକଙ୍କ ମା ଅନୁଗୁଳ ଥାନାରେ ଜଣେ କନେଷ୍ଟବଳ ଭାବେ କାମ କରନ୍ତି ।

Leave A Reply