www.samajalive.in
Monday, December 15, 2025
27.1 C
Bhubaneswar

ଆପଣଙ୍କ ଆଧାର କାର୍ଡରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି କି? ତେବେ ଏହି ଉପାୟରେ କରନ୍ତୁ…

ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାର କାର୍ଡ କେବଳ ଏକ ଡକ୍ୟୁମେଣ୍ଟ ନୁହେଁ, ବରଂ ଏକ ପରିଚୟ ପତ୍ର ।ଯେ କୌଣସି ଆର୍ଥିକ କାରବାର ଏବଂ ସରକାରୀ ଯୋଜନା ପାଇବା ପାଇଁ ଆଧାର କାର୍ଡ ଆବଶ୍ୟକ । ଏକ ନୂଆ ଆଧାର କାର୍ଡ କରିବା ପାଇଁ ନାମ, ଠିକଣା, ଜନ୍ମ ତାରିଖ, ଇ-ମେଲ୍ ଆଇଡି, ଲିଙ୍ଗ ଏବଂ ବାୟୋମେଟ୍ରିକ୍ ଆବଶ୍ୟକ ପଡିଥାଏ ।କିନ୍ତୁ ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ଭୁଲ  ରହିଯାଇଥାଏ ତେବେ ଆପଣଙ୍କୁ ତାହା ଠିକ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ  ଏବଂ ବେଳେବେଳେ ବିଭିନ୍ନ ଜନସେବା କେନ୍ଦ୍ରରେ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହୋଇ ମଧ୍ୟ ରହିବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି ନାହିଁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଆପଣଙ୍କ ଆଧାରରେ ଯେକୌଣସି ଭୁଲ୍‌କୁ ଠିକ୍‌ କରିବା ପାଇଁ ଅନ୍‌ଲାଇନ୍‌ ସୁବିଧା ପ୍ରଦାନ କରୁଛି । ଏପରି ଏକ ସରଳ ଉପାୟ ମାଧ୍ୟମରେ ଆପଣ ନିଜେ ଅନଲାଇନ୍ ଉପାୟରେ, ନିଜ ଘରେ ବସି ଏହି ପରିବର୍ତ୍ତନ କରିପାରିବେ ଏବଂ ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନରେ ଲାଇନ୍‌ରେ କିମ୍ବା ଅତିରିକ୍ତ ଟଙ୍କା ଦେବା ଆବଶ୍ୟକ ନାହିଁ ।

କିପରି ଅନ୍‌ଲାଇନ୍‌ରେ ଆଧାର ଅପଡେଟ୍‌ କରିବେ

  •  ଆପଣଙ୍କୁ ପ୍ରଥମେ UIDIA ୱେବସାଇଟ୍ https://uidai.gov.in/ କୁ ଯିବାକୁ ପଡିବ
  • ଏଠାରେ ସ୍କ୍ରୋଲ୍ କରିବା ଦ୍ୱାରା ‘Update Demographic Data’ ର ବିକଳ୍ପ ମିଳିବ, ଏଥିରେ କ୍ଲିକ୍ କରନ୍ତୁ
  • ଏହାକୁ କ୍ଲିକ୍‌ କରିବା ପରେ ନୂଆ ଟ୍ୟାବ୍ ଖୋଲିବ, ଆପଣଙ୍କୁ ‘Proceed to update base’ ଚୟନ କରିବାକୁ ପଡିବ
  • ଡାଟା ଅପଡେଟ୍ କରିବା ପୂର୍ବରୁ ଆଧାର କାର୍ଡ ନମ୍ବର ପଚରାଯିବ, ଯାହା ଯାଞ୍ଚ, ଦାଖଲ କରିବାକୁ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ମଧ୍ୟ ପଠାଯିବ
  • ଥରେ ଲଗ୍ ଇନ୍ ହୋଇଗଲେ, ପୁନର୍ବାର, ‘Update Demographic Data’ ଅପ୍ସନ୍ ଚୟନ କରିବାକୁ ପଡିବ, ଯାହା ପରେ ନୂତନ ପରିବର୍ତ୍ତିତ ତଥ୍ୟ ପୂରଣ କରିବାକୁ ପଡିବ
  • ଏଠାରେ ଆପଣ ଅନେକ ବିକଳ୍ପ ପାଇବେ ଯେପରିକି ନାମ, ଠିକଣା, ଜନ୍ମ ତାରିଖ, ମୋବାଇଲ୍ ନମ୍ବର, ଭାଷା, ଲିଙ୍ଗ ଏବଂ ଇମେଲ୍, ଆପଣ ପରିବର୍ତ୍ତନ କରିବାକୁ ଚାହୁଁଥିବା ଜିନିଷ ଉପରେ କ୍ଲିକ୍ କରନ୍ତୁ ଏବଂ ନୂତନ ସୂଚନା ପୂରଣ କରନ୍ତୁ
  • ନୂତନ ବିବରଣୀ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପୂରଣ କରିବାର ବିକଳ୍ପ ପାଇବ । ଏଠାରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ, ଯେ ଆପଣ ଯାହା ବି ସବିଶେଷ ତଥ୍ୟ ଦାଖଲ କରୁଛନ୍ତି ଏହାକୁ ଭଲଭାବେ ପଢନ୍ତୁ
  • ସମସ୍ତ ବିବରଣୀ ପୂରଣ କରିବା ପରେ, ଆପଣଙ୍କ ପରିବାର କିମ୍ବା କାହାର ID କୁ ଠିକଣା ପ୍ରୁଫ୍ ଭାବରେ ଅପଲୋଡ୍ କରିବାକୁ ପଡିବ । ଏହା ଯେକୌଣସି ଫର୍ମାଟରେ PDF, JPEG, କିମ୍ବା PNG ରେ ଅପଲୋଡ୍ ହୋଇପାରିବ ।
  • ଫର୍ମ ପୂରଣ ହେବା ପରେ, ୫୦ ଟଙ୍କା ଅନ୍‌ଲାଇନ୍‌ ଦେୟ ଦେବାକୁ ପଡିବ, ଯାହା ଡେବିଟ୍ / କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କରାଯାଇପାରିବ
  • ଦେୟ ସଫଳ ହେବା ମାତ୍ରେ ନିଶ୍ଚିତକରଣ ସହିତ URN କୋଡ୍ ମୋବାଇଲ୍ ନମ୍ବରକୁ ପଠାଯିବ । ଏହି କୋଡ୍ ମାଧ୍ୟମରେ, ଆପଣ ପରେ ଆଧାରର ଅପଡେଟ୍‌ ପ୍ରକ୍ରିୟାକୁ ଟ୍ରାକ୍ କରିବାକୁ ସମର୍ଥ ହେବେ

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories