www.samajalive.in
Sunday, December 14, 2025
26.1 C
Bhubaneswar

ବରାହ ମୁଣ୍ଡଗଣ୍ଡି ଅଲଗା କଲେ ଦୁର୍ବୁତ୍ତ: ନେଇ ଗଲେ ମୁଣ୍ଡ, ଫୋପାଡ଼ି ଦେଲେ ଗଣ୍ଡି

ଖୁନ୍ତାମାଲ : ଲଇକେରା ବ୍ଳକ ଜାମମାଲ ଗ୍ରାମପଞ୍ଚାୟତର ଠୁରଲୁପାଏନ ଜଙ୍ଗଲରେ ଗୋଟିଏ ବରାହକୁ ମାରି କେହି ଦୁର୍ବୁର୍ତ୍ତ ତା’ର ମୁଣ୍ଡଗଣ୍ଡି ଅଲଗା କରି ଦେଇଛନ୍ତି। ଏହାପରେ ଦୁର୍ବୁତ୍ତମାନେ ବରାହ ମୁଣ୍ଡକୁ ନେଇ ଫେରାର ହୋଇଯାଇଥିଲେ। ଏବେ ଘଟଣାସ୍ଥଳରେ ବରାହ ଗଣ୍ଡି ପଡ଼ିଥିବା ଦେଖିବାକୁ ମିଳିଛି।
ଘଟଣାଟି ୩/୪ ଦିନ ପୂର୍ବରୁ ଘଟିଥିବା ଅନୁମାନ କରାଯାଉଛି। ଏହି ବରହାକୁ ଦୁର୍ବୁତ୍ତମାନେ ବନ୍ଧୁକରେ ମାରିଥିବା ଓ ପରେ ତା’ର ଦାନ୍ତ ଏବଂ ମୁଣ୍ଡକୁ ନେଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବନ ସୁରକ୍ଷା ସମିତିର ଏନିମେଟର ମିତ୍ରଭାନୁ ବୁଦୁଲା ବାଗଡ଼ିହି ରେଞ୍ଜ୍‌ର ବନ କର୍ମଚାରୀଙ୍କୁ ଏ ଘଟଣା ସମ୍ପର୍କରେ ଜଣାଇଲେ। ଖବର ପାଇ ରେଞ୍ଜର ବ୍ରଜମୋହନ ପଟ୍ଟନାୟକ ଓ ଫରେଷ୍ଟର ଗିରିଶ କୁମାର ଦୋରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରିଛନ୍ତି। ମୃତ ବରାହର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ତାହାକୁ ଆଧାର କରି ଆଇନ ଅନୁଯାୟୀ ତଦନ୍ତ କରାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ହାତୀ ଦାନ୍ତ ତସ୍କରି କଲାଭଳି ବର୍ତ୍ତମାନ ବରାହ ଦାନ୍ତକୁ ଏକ ପ୍ରକାର ତସ୍କରି କରାଯାଉଥିବା ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories