www.samajalive.in
Monday, December 15, 2025
15.1 C
Bhubaneswar

କଣ୍ଟେନର୍‌‌ରେ ବେଆଇନ୍‌ ଭାବେ ଚାଲାଣ ହେଉଥିଲା ୨୭ ମଇଁଷି, ଧରିଲା ବାଲିଚନ୍ଦ୍ରପୁର ପୁଲିସ, ଚାଳକ ଗିରଫ

ବାଲିଚନ୍ଦ୍ରପୁର: ବେଆଇନ ଭାବେ ମଇଁଷି ବୋଝେଇ କରି ନେଉଥିବା ଏକ କଣ୍ଟେନରକୁ ବାଲିଚନ୍ଦ୍ରପୁର ପୁଲିସ ଜବତ କରି ୨୭ ମଇଁଷି ଉଦ୍ଧାର କରିବା ସହ ଚାଳକକୁ କୋର୍ଟଚାଲାଣ କରିଥିବା ଜଣାଯାଇଛି। ପୁଲିସ୍ ସୁତ୍ରରୁ ପ୍ରକାଶ ଯେ ଏହି ଥାନା ମଝିପଡା ଅଞ୍ଚଳରୁ ବେଆଇନ ଭାବେ ମଇଁଷି ଚାଲାଣ କରାଯାଉଥିବା ନେଇ କୌଣସି ସୁତ୍ରରୁ ପୁଲିସ କୁ ସୂଚନା ମିଳିଥିଲା। ଚୋରା ଚାଲାଣ କରୁଥିବା ଗାଡିକୁ ଧରିବା ପାଇଁ ବାଲିଚନ୍ଦ୍ରପୁର ପୁଲିସ ଜାଲ ବିଛାଇଥିଲା। ତେବେ ଗୁରୁବାର ବିଳମ୍ବିତ ରାତ୍ରିରେ ଏକ କଣ୍ଟେନର୍ ଯୋଗେ ପଶ୍ଚିମବଙ୍ଗକୁ ମଇଁଷି ଚାଲାଣ ହେଉଥିବା ଖବର ପାଇ ବାଲିଚନ୍ଦ୍ରପୁର ଥାନାଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳେ ମଝିପଡାରେ ଚଢାଉ କରିଥିଲେ। ଚଢାଉ ସମୟରେ ପୁଲିସ କଣ୍ଟେନର ମଧ୍ୟରେ ମଇଁଷି ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲା। ଥାନାଧିକାରୀ ଶ୍ରୀ ପାତ୍ର ଉକ୍ତ କଣ୍ଟେନର କୁ ଜବତ କରିବା ସହ ଭଦ୍ରକ୍ ଅଞ୍ଚଳର ଟ୍ରକ୍ ଚାଳକ ସେକ ଅନିସୁଦ୍ଦିିନ କୁ ଗିରଫ କରିଥିଲେ। କଣ୍ଟେନର୍ ମଧ୍ୟରୁ ୨୭ ଗୋଟି ମଇଁଷି ଉଦ୍ଧାର କରାଯାଇଥିଲା। ମଇଁଷି ଚାଲାଣରେ ସହେଯାଗ କରୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ଦଲାଲ ଫେରାର ହୋଇଯାଇଥିବା ଜଣାଯାଇଛି।

ଉଦ୍ଧାର କରାଯାଇଥିବା ମଇଁଷିକୁ ନେଇ ବାଲିଚନ୍ଦ୍ରପୁର ପୁଲିସ୍ ନାକେଦମ୍ ହୋଇଛି। ଉଦ୍ଧାର କରାଯାଇଥିବା ମଇଁଷିମାନଙ୍କୁ ପୁଲିସ୍ କଟକ ଜିଲା ଚୌଦ୍ୱାର ସ୍ଥିତ ଗୋଶାଳାକୁ ଛାଡିବାକୁ ନେଇଥିଲା, ସେଠାକାର କର୍ତ୍ତୃପକ୍ଷ ମାତ୍ର ୧୦ ଗୋଟି ମଇଁଷିକୁ ରଖିବା ସହ ଅନ୍ୟ ୧୭ଟି ଫେରାଇ ଦେଇଥିଲେ। ସେଠାରୁ ଅବଶିଷ୍ଟ ୧୭ ମଇଁଷିକୁ ଆଣି ମାହାଙ୍ଗା ବ୍ଲକରେ ଥିବା ଏକ ଗୋଶାଳାରେ ପୁଲିସ ନେଇ ରଖିଥିଲା। ଏଥି ନେଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅନିସୁଦ୍ଦିନକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ବେଆଇନ ଭାବେ କଣ୍ଟେନର ମାନଙ୍କରେ ଗୋରୁ ଚାଲାଣ ହେଉଥିବା ଗାଡିକୁ ପୁଲିସ ଜବତ କରିଆସୁଥିବା ବେଳେ ପ୍ରଥମ କରି ମଇଁଷି ଚାଲାଣ ହେଉଥିବା ଗାଡିକୁ ଜବତ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories