www.samajalive.in
Sunday, December 7, 2025
14.1 C
Bhubaneswar

ସାବଧାନ.. ଏସବୁ ଜିନିଷ ଖୋଲା ରଖୁଛନ୍ତି କି?

ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ। ଏହାସହ କର୍ମକ୍ଷେତ୍ର ଓ ବ୍ୟବସାୟରେ ମଧ୍ୟ ଉନ୍ନତି ଓ ସଫଳତା ମିଳିଥାଏ। ଏହାକୁ ଅଣଦେଖା କରିବା ଦ୍ୱାରା ଅନେକ ସମସ୍ୟା ସାମ୍ନାକୁ ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଜାଣତରେ ଅଜାଣତରେ କେଉଁ ଭୁଲ୍‌‌ କରିବା ଉଚିତ୍‌‌ ନୁହେଁ ଜାଣନ୍ତୁ..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଲୁଣ ଚନ୍ଦ୍ରମାଙ୍କ ସହ ଜଡିତ। ସୋମବାର ଦିନ ଲୁଣ ଦାନ କରିବା ଦ୍ୱାରା ଜାତକରେ ଚନ୍ଦ୍ରମାଙ୍କ ସ୍ଥିତି ମଜଭୂତ ହୋଇଥାଏ। ଏହି ଉପାୟ କରିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିଥାଏ। ଶରୀର ସୁସ୍ଥ ରହିଥାଏ। ମାତ୍ର ଲୁଣକୁ କଦାପି ଖୋଲାରେ ରଖନ୍ତୁ ନାହିଁ। ଏହାଦ୍ୱାରା ଜାତକରେ ଚନ୍ଦ୍ରମାଙ୍କ ସ୍ଥିତି ଦୁର୍ବଳ ହୋଇଥାଏ।
ବାସ୍ତୁ ଅନୁଯାୟୀ, ପୁସ୍ତକ ସମ୍ବନ୍ଧ ବୁଧ ଗ୍ରହ ସହ ଜଡିତ। ବୁଧ ଗ୍ରହ ମନ, ବୁଦ୍ଧି ଓ ବାଣୀ ସହ ଜଡିତ। ତେଣୁ ପୁସ୍ତକକୁ କଦାପି ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ଜାତକରେ ବୁଧଗ୍ରହ ଦୁର୍ବଳ ହୋଇଥାଆନ୍ତି। ପାଠ ପଢିବା ପରେ ତୁରନ୍ତ ବହିକୁ ସଠିକ ଭାବେ ରଖନ୍ତୁ। ଖୋଲା ରଖନ୍ତୁ ନାହିଁ।
କ୍ଷୀର ଓ ଦହି ଦାନ କରିବା ଦ୍ୱାରା ଜାତକରେ ଶୁକ୍ର ଓ ଚନ୍ଦ୍ରମା ମଜଭୂତ ହୋଇଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୋମବାର ଓ ଶୁକ୍ରବାର ଦିନ କ୍ଷୀର ଓ ଦହି ଦାନ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ମାତ୍ର କ୍ଷୀର ଓ ଦହିକୁ କଦାପି ଖୋଲା ରଖନ୍ତୁ ନାହିଁ। ଏହାକୁ ସର୍ବଦା ଢାଙ୍କୁଣି ଘୋଡାଇ ରଖନ୍ତୁ। ଏହାକୁ ଖୋଲା ରଖିବା ଦ୍ୱାରା ଜାତକରେ ଶୁକ୍ର ଗ୍ରହଙ୍କ ସ୍ଥିତି ଦୁର୍ବଳ ହୋଇଥାଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।
କୌଣସି ଭୋଜନକୁ କଦାପି ଖୋଲା ରଖନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଘରେ ଅନ୍ନ ଓ ଧନର ଅଭାବ ହୋଇଥାଏ। ଖାଦ୍ୟକୁ ଖୋଲା ରଖିଲେ ଏଥିରେ ଜୀବାଣୁ ପ୍ରବେଶ କରିଥାଆନ୍ତି। ଯାହା ନାନାଦି ରୋଗର କାରଣ ପାଲଟିଥାଏ। ଖାଦ୍ୟକୁ ସର୍ବଦା ଢାଙ୍କୁଣୀ ଘୋଡାଇ ରଖନ୍ତୁ।
ଅନେକ ଲୋକେ ତରବରିଆ ଭାବେ ପୋଷାକ ଓ ଟଙ୍କା ରଖିବା ପରେ ଆଲମିରା ଖୋଲା ରଖିଥାଆନ୍ତି। ବାସ୍ତୁ ଅନୁଯାୟୀ, ଆଲମିରା ଖୋଲା ରଖିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଘରେ ସୁଖସମୃଦ୍ଧି ଧିରେ ଧିରେ ହ୍ରାସ ହେବାକୁ ଲାଗିଥାଏ।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories