www.samajalive.in
Sunday, December 14, 2025
19.1 C
Bhubaneswar

ଓଲଟିଲା ଡିଜେ ଗାଡ଼ି ; ମୋରଡ଼ା ଉଡ଼ା ଯାତ୍ରାରେ ଅଘଟଣ

ବାରିପଦା/ସାନମୁଣ୍ଡାବଣି : ମୟୂରଭଞ୍ଜ ଜିଲା ମୋରଡ଼ା ଉଡ଼ା ଯାତ୍ରାରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି । ଉଡ଼ା ଯାତ୍ରା ସ୍ଥଳକୁ ଡିଜେ ବ୍ୟାଣ୍ଡର ତାଳେ ତାଳେ ନାଚି ନାଚି ଯାଉଥିବା ଲୋକଙ୍କ ଉପରେ ସାଉଣ୍ଡବକ୍ସ ଚାପି ହୋଇଯିବାରୁ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଦମକଳ ଗାଡ଼ି ସହାୟତାରେ ପ୍ରଥମେ ବାରମାଇଲସ୍ଥ କିଷାନତାଣ୍ଡି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ବାରିପଦା ପିଆରଏମ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।


ମିଳିଥିବା ସୂଚନା ଅନୁସାରେ ଏକ ଭୁଟୁଭୁଟିରେ ସାଉଣ୍ଡବକ୍ସ ଲଦା ହୋଇ ଶୋଭାଯାତ୍ରା ଯାଉଥିଲା। ଗୀତର ତାଳେ ତାଳେ ଲୋକେ ନୃତ୍ୟ କରୁଥିଲେ। ତେବେ ଭାରସାମ୍ୟ ହରାଇ ଭୁଟୁଭୁଟି ରିକ୍ସା ଓଲଟି ପଡ଼ିବାରୁ ସେଥିରେ ଲଦା ହୋଇଥିବା ସାଉଣ୍ଡବକ୍ସ ଓଲଟି ପଡ଼ିଥିଲା ଓ କିଛି ଲୋକ ସେଥିରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ହୋଇ ବାରିପଦା ସ୍ଥାନାନ୍ତର ଲୋକଙ୍କ ମଧ୍ୟରେ ଭୀମ ମାରାଣ୍ଡି, ଚନ୍ଦନ ମୁଖୀ, ରାଜୁ ମୁଖୀ ଥିବା କୁହାଯାଉଥିବା ବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରିନାହିଁ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories