www.samajalive.in
Monday, December 15, 2025
26.1 C
Bhubaneswar

ଡିଜେ ଗାଡି ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ଵର : ଅନେକ ସମୟରେ ଡିଜେ ଗାଡି ଯୋଗୁଁ ବହୁ ଅଘଟଣ ଘଟିଥାଏ। କେଉଁଠି ଡିଜେ ଶଦ୍ଦ ପରିବେଶକୁ ବିଶୃଙ୍ଖଳିତ କରୁଛି ତ ଆଉ କେଉଁଠି ବିଦ୍ୟୁତ୍ ତାର ଲାଗି ଜୀବନ ଯାଉଛି। ଏସବୁ ଅଘଟଣକୁ ଏଡାଇବା ଲାଗି ସରକାର ଡିଜେ ଗାଡି ଉପରେ ଅଙ୍କୁଶ ଲଗାଇଛନ୍ତି।  ମୋଟର ଯାନର ବେଆଇନ ଢାଞ୍ଚା ପରିବର୍ତ୍ତନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଣିଜ୍ୟ ପରିବହନ ମନ୍ତ୍ରୀଙ୍କ ନିର୍ଦେଶରେ ସର୍କୁଲାର୍‌ ଜାରି ହୋଇଛି।  ନିଦ୍ଧିଷ୍ଟ ଆଲୋକ, ଉଚ୍ଚତାରେ ପରିବର୍ତ୍ତନ ହେବନାହିଁ। ନଚେତ୍ ମୋଟର ଯାନ ଆଇନ୍‌ ଅନୁଯାୟୀ ଆରସି, ଫିଟନେସ୍ ବାତିଲ ହେବା ସହ ଜରିମାନା ମଧ୍ୟ ଦେବାକୁ ପଡିବ।ସେହିପରି ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇନ । ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ ଦିଆଯାଇଛି । ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ । ତେଣୁ ଲୋକଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକ । ଏ ନେଇ ସମସ୍ତ ଆର୍‌ଟିଓ ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍‌ଟିଏ ନିର୍ଦେଶ ଦେଇଛି। ଡିଜେ ଗାଡି ଜବତ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦେଶ ଦିଆଯାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories