www.samajalive.in
Saturday, December 6, 2025
23.1 C
Bhubaneswar

ଘରେ ଦୀପ ଜଳାଇବାର ମହତ୍ତ୍ବ

ପୂଜା ସମୟରେ ଦୀପ ଜଳାଇବା ଆବଶ୍ୟକ ଅଟେ। ପୂଜା ସମୟରେ ଦୀପ ଜଳାଇବା ଦ୍ବାରା ଦେବାଦେବୀ ପ୍ରସନ୍ନ ହୋଇଥାନ୍ତି। ଶାସ୍ତ୍ରରେ ଦୀପ ଜଳାଇବାର ଅନେକ ମହତ୍ତ୍ବ ବର୍ଣ୍ଣନା କରାଯାଇଛି। ଦୀପ ଜଳାଇବା ବେଳେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।
ଆସନ୍ତୁ ଜାଣିବା ଦୀପ ଜଳାଇବା ବେଳେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍ ..
ଦୀପ ସର୍ବଦା ସଫା ହୋଇଥିବା ଉଚିତ। କେବେ ବି ଭାଙ୍ଗି ଯାଇଥିବା ଦୀପ ଜଳାନ୍ତୁ ନାହିଁ। ଏହାଦ୍ବାରା ପରିବାର ସଦସ୍ୟଙ୍କର କ୍ଷତି ହୋଇଥାଏ।
ଦୀପ ଏପରି ଜଳାନ୍ତୁ ଯେପରି ପୂଜା ମଝିରେ ଏହା ନ ଲିଭେ। ପୂଜା ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଦୀପ ଜଳାଇବା ଉଚିତ। ଯଦି ପୂଜା ମଝିରେ ଦୀପ ଲିଭିଯାଏ ତେବେ ଏହା ଅଶୁଭ ବୋଲି କୁହାଯାଏ।କେବଳ ଘିଅ ଓ ତେଲରେ ଦୀପ ଜଳାନ୍ତୁ। କିଛି ପଣ୍ଡିତଙ୍କ ମତରେ ଘିଅର ଦୀପ ଜଳାଇବା ପରେ କେବେ ବି ତେଲର ଦୀପ ଜଳାଇବା ଉଚିତ ନୁହେଁ।
ଶାସ୍ତ୍ର ଅନୁସାରେ ଘିଅରେ ଦୀପ ଜଳାଇବା ସର୍ବୋତ୍ତମ ଅଟେ।
ପୂଜା ସରିବା ପରେ ମଧ୍ୟ କିଛି ସମୟ ଦୀପ ଜଳିବା ଶୁଭ ହୋଇଥାଏ।
ତେଣୁ ଦୀପରେ ସର୍ବଦା ଠିକ ପରିମାଣରେ ତେଲ କିମ୍ବା ଘିଅ ଦିଅନ୍ତୁ।କାହିଁକି ଦୀପ ଜଳାଇବା ମହତ୍ତ୍ବପୂର୍ଣ୍ଣ:
କୁହାଯାଇଛି ଯେ, ଦୀପ ହିଁ ମନୁଷ୍ୟକୁ ଅନ୍ଧକାରରୁ ଆଲୋକ ଦିଗକୁ ଆଣିଥାଏ। ଶାସ୍ତ୍ର ଅନୁସାରେ ପୂଜା ସମୟରେ ପଞ୍ଚାମୃତର ଅନେକ ମହତ୍ତ୍ବ ରହିଛି। କାରଣ ପଞ୍ଚାମୃତରେ ଘିଅ ପଡିଥାଏ। ତେଣୁ ଘିଅର ଦୀପ ଜଳାଇବା ଅଧିକ ଉତ୍ତମ ଅଟେ। ଘିଅର ଦୀପ ଲିଭିଯିବା ପରେ ମଧ୍ୟ ତାର ପ୍ରଭାବ ଘରେ ରହିଥାଏ। ଜ୍ୟୋତିଷଙ୍କ ଅନୁସାରେ ଦୀପକୁ ସକରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଇଥାଏ। ଏହାସହ ଦୀପ ପ୍ରତିଦିନ ଘରେ ଜାଳିବା ଦ୍ବାରା ଦରିଦ୍ରତା ଦୂର ହୋଇଥାଏ।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories