www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ଛାଡ଼ିଥିବା ସାମାଜିକ କର୍ମୀ ବିଦେଶରେ ସମ୍ମାନିତ

ଲଣ୍ଡନ: ହିଂସା ପୀଡ଼ିତ ମହିଳାଙ୍କ ସୁରକ୍ଷା ଓ ଅଧିକାର ଲାଗି ସଂଗ୍ରାମ କରୁଥିବା ବୀଣାଲକ୍ଷ୍ମୀ ନେପରାମଙ୍କୁ ବିଦେଶରେ ସମ୍ମାନିତ କରାଯାଇଛି। ହତ୍ୟା ଧମକ ପରେ ସେ ଦେଶ ଛାଡ଼ି ଚାଲି ଯାଇଥିଲେ। ମହିଳାଙ୍କ ଅଧିକାର ଓ ନ୍ୟାୟ ଲାଗି ଉଲ୍ଲେଖନୀୟ କାର୍ଯ୍ୟ ‘ର ଇନ୍‍ ୱାର(ରିଚ୍‍ ଅଲ୍‍ ଓମେନ ଇନ୍‍ ୱାର)’ ପାଇଁ ବୀଣାଲକ୍ଷ୍ମୀଙ୍କୁ ‘ଆନ୍ନା ପୋଲିଟକୋଭସକାୟା ସମ୍ମାନ’ରେ ସମ୍ମାନିତ କରାଯାଇଛି। ନୋବେଲ ପୁରସ୍କାର ବିଜୟିୀ ଔପନ୍ୟାସିକ ତଥା ସାମ୍ବାଦିକ ଶ୍ୱେତଲାନା ଆଲେକ୍ସିଭିଚ୍‍ଙ୍କ ସହିତ ମିଳିତ ଭାବେ ବୀଣାଲକ୍ଷ୍ମୀଙ୍କୁ ସମ୍ମାନିତ କରାଯାଇଛି।
କଣ୍ଟ୍ରୋଲ୍‍ ଆର୍ମ ଫାଉଣ୍ଡେସନ୍‍ ଅଫ୍‍ ଇଣ୍ଡିଆ ଦ୍ୱାରା ୨୦୦୪ରେ ପ୍ରତିଷ୍ଠିତ ଅକ୍ସଫାମ୍‍ ପାଇଁ ବୀଣାଲକ୍ଷ୍ମୀ କାମ କରୁଥିଲେ। ଏହାର ତିନିବର୍ଷ ପରେ ସେ ମଣିପୁର ୱିମେନ ଗନ୍‍ ସର୍ଭାଇଭର୍ସ ନେଟୱର୍କ ଗଠନ କରିଥିଲେ। ଦୀର୍ଘ ଦଶନ୍ଧି ଧରି ମଣିପୁର ଓ ମ୍ୟାଁମାରରେ ଯୁଦ୍ଧ, ବଳାତ୍କାର, ନିର୍ଯାତନା ଓ ହିଂସା ପ୍ରପୀଡ଼ିତ ମହିଳାଙ୍କ ଅଧିକାର ଓ ନ୍ୟାୟ ପାଇଁ ତାଙ୍କ ସଂଗଠନ କାମ କରିବା ଆରମ୍ଭ କରିଥିଲା। ୨୦୦୬ ଅକ୍ଟୋବର ୭ ତାରିଖରେ ଚେଚେନ୍ୟା ଦୁର୍ନୀତିର ପର୍ଦ୍ଦାଫାସ କରି ପ୍ରାଣ ହରାଇଥିବା ରୁଷର ଇନ୍‍ଭେଷ୍ଟିଗେଟିଭ୍‍ ଜର୍ଣ୍ଣାଲିଷ୍ଟ ପୋଲିଟକୋଭସକାୟାଙ୍କ ସ୍ମୃତିରେ ଏହି ସମ୍ମାନ ଦିଆଯାଉଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories