www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ବିରାଜିବେ ମା ଶ୍ୟାମାକାଳୀ

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଉତ୍ସବମୂଖର ହୋଇଉଠିଛି ଗାଁଠୁ ସହର । ସନ୍ଧ୍ୟାରେ ଘରେ ଘରେ ଦୀପ ଜାଳିବେ ଲୋକେ । ଶକ୍ତିର ପ୍ରତୀକ ମା ମହାକାଳୀ ଆଜି ଧରାବତରଣ କରିବେ। ମାଆଙ୍କ ଆବାହନ ପାଇଁ ସବୁଠି ପ୍ରସ୍ତୁତି ହୋଇଛି। ବିଶେଷ କରି ସତ୍ୟନଗର , ଜିଜିପି କଲୋନୀ, ବରମୁଣ୍ଡା, ଗଙ୍ଗନଗର , ରୁଦ୍ରପୁର , କୁଆଖାଇ , ନଦୀଘାଟ , ପ୍ରେସ୍ ଛକ, ଭିଏସଏସନଗର ଆଦି ସ୍ଥାନରେ ମା କାଳୀଙ୍କ ପୂଜାର୍ଚ୍ଚନା ବେଶ୍ ଆଡମ୍ବର ସହକାରେ କରାଯିବ। ଆଜି ଅପରାହ୍ନରେ ଜଳ ଯାତ୍ରାଠାରୁ ଆରମ୍ଭ ହୋଇ ରାତି ୧୧ଟାରେ ମାଆଙ୍କ ଚକ୍ଷୁଦାନ ହେବ। ପୂଜାବିଧି ଆରମ୍ଭ ହେବା ପରେ ରାତିରେ ପୂର୍ଣ୍ଣାହୂତି, ବନ୍ଦପନା ଓ ପୁଷ୍ପାଞ୍ଜଳୀ ସହିତ ୩ଟା ୪୦ରେ ଘଟ ବିସର୍ଜନ ଅନୁଷ୍ଠିତ ହେବ। ଏହି ପୂଜା ସପ୍ତାହବ୍ୟାପୀ ଅନୁଷ୍ଠିତ ହେବ। ଭିଡ ନିୟନ୍ତ୍ରଣ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories