କେନ୍ଦୁଝରଗଡ : ତୈଳିକ ବୈଶ୍ୟ ସମାଜ ସଭା ଗୃହରେ ଶୁକ୍ରବାର କେନ୍ଦୁଝର ଜିଲାସ୍ତରୀୟ ଯୋଗାଣ ସହାୟକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ମନୋଜ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ କର୍ମକର୍ତ୍ତା ରଙ୍କନିଧି ଜେନା ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଯୋଗାଣ ସହାୟକ ବସନ୍ତ କୁମାର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ସମ୍ପାଦକ ପବିତ୍ର ମୋହନ ମହାନ୍ତ ଯୋଗାଣ ସହାୟକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ଆସନ୍ତା ୨୦ ତାରିଖ ଭୁବନେଶ୍ୱର ଠାରେ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଅନୁଷ୍ଠିତ ହେବାକୁଥିବା ବୈଠକର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଯୋଗାଣ ସହାୟକଙ୍କ ସମସ୍ୟାର ସମାଧାନ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବାକୁ ବୈଠକରେ ନିଷ୍ପତ୍ତି ସହ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁଥିବା ଦିନିକିଆ ଶୋଭାଯାତ୍ରାରେ କେନ୍ଦୁଝର ଜିଲାରୁ ସଠିକ୍ ପ୍ରତିନିଧିତ୍ୱ କିଭଳି ହୋଇପାରିବ ସେ ସମ୍ପର୍କରେ ବୈଠକରେ ସ୍ଥିର କରାଯାଇଥିଲା । ଶେଷରେ ଯୋଗାଣ ସହାୟକ ଭୋଳେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



