www.samajalive.in
Sunday, December 7, 2025
14.1 C
Bhubaneswar

ରଜ ପାଇଁ ପ୍ରଶାସନର ପ୍ରସ୍ତୁତି, ଢେଙ୍କିକୋଟ ଓ ପିପିଳିଆର ମନୋହରୀ ଓ ଲୁଗାପଟା ଦୋକାନ ସିଲ୍‍

ପାଟଣା : ଯଥା କଥାରେ ଲୋକ ମାନେ ସାବିତ୍ରୀ ବ୍ରତ ପାଇଁ ଲୁଗାପଟା ଓ ପୂଜା ସାମଗ୍ରୀ ଯୋଗାଡ଼ କରିବାରେ ବିଶେଷ ଅସୁବିଧାର ସମ୍ମୁଖିନ ହୋଇନଥିଲେ। ଯଦିଓ ଏହି ସମୟରେ ଲୁଚାଛପାରେ ବ୍ୟବସାୟ ଚଳାଇଥିବା କିଛି ବ୍ୟବସାୟୀଙ୍କ ଉପରେ ଘଟଗାଁ ବ୍ଲକ ପ୍ରଶାସନ ତଥା ତଦାରଖକାରୀ ଦଳ ପକ୍ଷରୁ ଜରିମାନା କରାଯାଇଛି।

କିନ୍ତୁ ଆଗକୁ ରଜ ଥିବାରୁ ବଜାରରେ ଗହଳି ଲାଗିବା ନିଶ୍ଚିତ ଥିବାରୁ ଘଟଗାଁ ବ୍ଲକ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରୁଛି। ଆଜି ସକାଳୁ ତଦାରଖକାରୀ ଦଳ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ ବଜାର, ତୋରାଣି ପୋଖରୀ ବଜାର, କଟରାବେଡା ଓ ପିପିଳିଆ ଛକର ଦୋଜାନ ଗୁଡିକ ଜଉମୁଦ କରାଯାଇଛି। ଆଜି ମଧ୍ୟାହ୍ନରେ ଘଟଗାଁ ବ୍ଲକର ସମ୍ବେଦନଶୀଳ ଅଞ୍ଚଳ ରୂପେ ପରିଚିତ ଢେଙ୍କିକୋଟ ବଜାରରେ ପ୍ରଶାସନ ଜୋରଦାର ଚଢ଼ାଉ କରିବା ସହ ସମସ୍ତ ପୋଷାକ ଓ ମନୋହରୀ ଦୋକାନକୁ ଜଉମୁଦ କରିଥିବା ଦେଖାଯାଇଛି। ଗୋଟିଏ ଦୁଇଟି ଦୋକାନୀ ପ୍ରଶାସନକୁ ଅସହଯୋଗ କରିବାସହ ଲୁଚିଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ବ୍ୟବସାୟୀ ମାନେ ଉଦ୍ଦେଶ୍ୟମୂଳକ ଅସହଯୋଗ କଲେ ଆଗାମୀ ସମୟରେ ଅତ୍ୟନ୍ତ କଠୋର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସତର୍କ କରେଇଦେଇଛି। ଆଜି ଢେଙ୍କିକୋଟ ବଜାରରେ ଅତିରିକ୍ତ ତହସିଲଦାର ବଳଭଦ୍ର ପୂର୍ତ୍ତି, ଘଟଗାଁ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ତହସିଲ ନାଜର ଦେବାଶିଷ ପଣ୍ଡା, ଏଏସଆଇ ତାପସ ବୋଷ ଓ ଢେଙ୍କିକୋଟ ପଞ୍ଚାୟତର ନିର୍ବାହୀ ଅଧିକାରୀ ରୋହିତ କୁମାର ମହାନ୍ତ ପ୍ରମୁଖ ସକ୍ରିୟ ଉପସ୍ଥିତ ରହି ସିଲ କରିବା ସହ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖାଯାଇଥିଲା। ପ୍ରଶାସନର ଏଭଳି ଆଗୁଆ ଓ କଠୋର ପଦକ୍ଷେପ ଯୋଗୁ ଲୁଚାଛପାରେ ବେପାର କରୁଥିବା ବ୍ୟକ୍ତିମାନେ ଆତଙ୍କିତ ହୋଇପଡିବା ସହ ନିରାଶ ହେଇଯାଇଥିବା ବେଳେ ଆଗାମୀ ରଜ ପାଇଁ ଲୋକ ମାନଙ୍କର ମନ ମଧ୍ୟ ଉଣା ହୋଇଯାଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories