www.samajalive.in
Sunday, December 7, 2025
26.1 C
Bhubaneswar

ଗୁଡଭେଲା ବ୍ଳକରେ ବିଜେପିର ପିଛା ଛାଡୁନି ନାହିଁ ଗୋଷ୍ଠୀ କନ୍ଦଳ

ଗୁଡଭେଲା: ଗୁଡଭେଲା ବ୍ଳକ ଅନ୍ତର୍ଗତ ନୂଆପଡାଠାରେ ବଲାଙ୍ଗିର ଜିଲ୍ଲା ବିଜେପି ଉପସଭାପତି ଦିନବନ୍ଧୁ ବେହେରାଙ୍କ ସଭାପତିତ୍ବରେ ନୂଆଁଖାଇ ଭେଟଘାଟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ୨୦୧୪ ନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ୨୦୧୯ ନିର୍ବାଚନର ବିଧାୟକ ପ୍ରାର୍ଥୀ ଅନୁପସ୍ଥିତ ରହିବାରୁ ବିଜେପିରେ ଗୋଷ୍ଠୀ କନ୍ଦଳ ଥିବା ବାରିହେଉଛି। ଏହି ନୂଆଖାଇ ଭେଟଘାଟ ରେ ବିଜେପି ବ୍ଳକ ସମାଜିକ ଗଣମାଧ୍ୟମ ସଂଯୋଗ ସୁଧାଂଶୁ ସାହୁ, ବିଜେପି ବଲାଙ୍ଗିର ଜିଲା ମହିଳା ମୋର୍ଚ୍ଚା ସମ୍ପାଦକ ସୁଲୋଚନା ମଲ୍ଲିକ, ବଲାଙ୍ଗିର ଜିଲ୍ଲା ଅଖିଳ ଭାରତୀୟ ମଜ୍ଜୁର ସଂଘର ସଭାପତି ରେଣୁଗୋପାଲ ସାହୁ, ସମରା ମଣ୍ଡପ ସଭାପତି ଭ୍ରମର ସେଠ୍, ଗୁଡଭେଲା ମଣ୍ଡଳ ସଭାପତି ଚୁଳେଶ୍ବର ବାଗ, ପ୍ରଦିପ ସାହୁ, ପ୍ରେମାନନ୍ଦ ସାହୁ, ଜଗଦିଶ ପାଣ୍ଡିଆ, ଆଶୁତୋଷ ପ୍ରଧାନ, ସୁବଳୟା ପୁଟା, ଗରୁଡ ରଣା, ଖଗେଶ୍ବର ରଣା ପ୍ରମୁଖ ଉପସ୍ଥିତ ରହିଥିଲେ । କିନ୍ତୁ ୫ ନଂ ଓ ୬ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ମିନାରାଣୀ ସାହୁ, କଳ୍ପନା ପ୍ରଧାନୀ ସହ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥି ଅଶୋକ ଦୋରା ଅନୁପସ୍ଥିତ ଥିଲା । ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ବିଷୟରେ ସାଂସଦ ପ୍ରତିନିଧିଙ୍କୁ ପଚରାଯିବାରୁ ଜିଲ୍ଲା ପରିଷଦ ଦ୍ବୟ ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ଅଛନ୍ତି ଏବଂ ବିଜେପି ବିଧାୟକ ପ୍ରାର୍ଥୀ ସେ କାର୍ୟ୍ୟକ୍ରମ କଲେ ଆମ୍ଭକୁ ଡାକୁ ନାହାନ୍ତି । ଆମେ ସେତିର୍ ଲାଗି ନାହିଁ ଡାକିବାର୍ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏନେଇ ଶ୍ରୀ ଦୋରାଙ୍କୁ ଏହି ବିଷୟରେ ପଚରାଯିବାରୁ ଆଜି ମୋର୍ ଶିକ୍ଷକ ସ୍ଥାନାନ୍ତରିଣ କମିଟିର ବୈଠକ ଥିଲା ସେଥିପାଇଁ ଯାଇପାରିଲି ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ତଳେ ବିଜେପିର ବ୍ଳକ ଘେରାଉ କାର୍ୟ୍ୟକ୍ରମରେ ଦୁଇ ବରିଷ୍ଠ ବିଜେପି ନେତା ମୁହାଁମୁହିଁ ହୋଇ ଥିଲେ। ସେହି ଦିନରୁ ଗୁଡ଼ଭେଳା ବିଜେପି ଭିତରେ ଦିନକୁ ଦିନ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories