ପରିବେଶ ସହଯୋଗୀ ଷ୍ଟାର୍ଟ ଅପ ଉପରେ ବୃତ୍ତଚିତ୍ର ପ୍ରସାରଣ କରିବ ଡିସ୍କଭରୀ ଚ୍ୟାନେଲ

ନୂଆଦିଲ୍ଲୀ: ଡିସ୍କଭରୀ ଚ୍ୟାନେଲ ଭାରତରେ ସଫଳ ହୋଇଥିବା ପରିବେଶ ସହଯୋଗୀ ଷ୍ଟାର୍ଟ ଅପ ଉପରେ ପର୍ଯ୍ୟବସିତ ଧାରାବାହିକ ବୃତ୍ତଚିତ୍ର ପ୍ରସାରଣ କରିବ। ଧାରାବାହିକର ନାଁ ରହିଛି ‘ପ୍ଲାନେଟ ହିଲର୍ସ’। ଡିସ୍କଭରୀ ଚ୍ୟାନେଲ ପକ୍ଷରୁ ଜାରୀ କରାଯାଇଥିବା ସୂଚନାରେ ଏହା କୁହାଯାଇଛି। ଏହି ବୃତ୍ତଚିତ୍ର ଚାରୋଟି ଭାଗରେ ପ୍ରସାରିତ ହେବ। ବଲିଉଡ ଅଭିନେତା ଜିମ ସରଭ ଏହାର ଉପସ୍ଥାପନା ଦାୟିତ୍ୱ ସମ୍ଭାଳି ଥିଲା ବେଳେ, ମାର୍ଚ୍ଚ ୮ , ସନ୍ଧ୍ୟା ୭ଟାରେ ଏହାର ପ୍ରିମୟର ହେବ। ଏହି ବୃତ୍ତଚିତ୍ରରେ ଅଭିନବ କୌଶଳରେ ଷ୍ଟାର୍ଟ ଅପ ଯୋଜନା କାର୍ଯ୍ୟକାରୀ କରି ପରିବେଶ ସମ୍ବନ୍ଧୀୟ ସମସ୍ୟାଗୁଡିକର କିଭଳି ସମାଧାନ କରାଯାଇ ପାରୁଛି, ତାହା ପ୍ରମୁଖ ବିଷୟ ରହିଛି। ଫାର୍ମ ଟୁ ଏନର୍ଜି ନାମକ ଏକ ଷ୍ଟାର୍ଟ ଅପ ଦାବି କରିଛି ଯେ ଉତ୍ତର ଭାରତରେ ଶୀତ ଦିନେ ଫସଲ ମୂଳ ଜାଳିବା ଦ୍ୱାରା ହେଉଥିବା ପ୍ରଦୂଷଣକୁ ପ୍ରତିହତ କରିବ ପାଇଁ ଉପାୟ ରହିଛି।