www.samajalive.in
Thursday, December 11, 2025
14.1 C
Bhubaneswar

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୮.୨୯% ବୃଦ୍ଧି

ଡେସ୍କ: ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୧୮ ଦଶମିକ ୨୯ ପ୍ରତିଶତ ଅଭିବୃଦ୍ଧି ଘଟିଛି ଯାହା ନଅ ଲକ୍ଷ ୮୭ ହଜାର କୋଟି ଟଙ୍କାରୁ ଅଧିକ। ଗତ ଆର୍ଥିକ ବର୍ଷରେ ଆଠ ଲକ୍ଷ ୩୪ ହଜାର କୋଟିରୁ ଅଧିକ ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ରେକର୍ଡ କରାଯାଇଥିଲା।

ଅର୍ଥ ମନ୍ତ୍ରଣାଳୟ କହିଛି ଯେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ଆଠ ଲକ୍ଷ ୬୫ ହଜାର କୋଟି ଟଙ୍କାରୁ ଅଧିକ ରେକର୍ଡ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୨୩ ଦଶମିକ ୫୧ ପ୍ରତିଶତ ଅଧିକ। ଗତ ଆର୍ଥିକ ବର୍ଷ ପାଇଁ ସିଧାସଳଖ ଟିକସ ସଂଗ୍ରହ ସାତ ଲକ୍ଷ ୪୧୬ କୋଟି ଟଙ୍କା ଥିଲା। ଏହି ସମୟ ମଧ୍ୟରେ ଏହି ଆର୍ଥିକ ବର୍ଷ ପାଇଁ ଅଗ୍ରିମ ଟିକସ ସଂଗ୍ରହ ୨୦ ଦଶମିକ ୭୩ ପ୍ରତିଶତ ଅଭିବୃଦ୍ଧି ସହିତ ତିନି ଲକ୍ଷ ୫୫ ହଜାର କୋଟି ଟଙ୍କା ଥିଲା। ସଂପୃକ୍ତ ଅବଧି ପାଇଁ ଅଗ୍ରିମ ଟିକସ ସଂଗ୍ରହ ଦୁଇ ଲକ୍ଷ ୯୪ ହଜାର ୪୩୩ କୋଟି ଟଙ୍କା ରେକର୍ଡ କରାଯାଇଥିଲା। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏକ ଲକ୍ଷ ୨୧ ହଜାର କୋଟି ଟଙ୍କା ଫେରସ୍ତ ଦିଆଯାଇଛି।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories