www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ୱକପ ଅଭ୍ୟାସ ମ୍ୟାଚ୍‍ : ୱିକେଟ କିପିଙ୍ଗ କରୁଥିବା ନଜର ଆସିଲେ ଦିନେଶ କାର୍ତ୍ତିକ

ଲଣ୍ଡନ : ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ପୂର୍ବରୁ ପ୍ରଥମ ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ସହିତ ଖେଳିଥିଲା। ଏଥିରେ ମହେନ୍ଦ୍ର ସିଂହ ଧୋନୀ ୱିକେଟ କିପିଙ୍ଗ କରିବା ପରିବେର୍ତ୍ତେ ଫିଲ୍ଡିଂ କରୁଥିବା ନଜର ଆସିଥିଲେ। ଏହି ମ୍ୟାଚରେ ଦିନେଶ କାର୍ତ୍ତିକ ୱିକେଟ କିପିଙ୍ଗ କରୁଥିବା ଦେଖିବାକୁ ମିଳିଥିଲା। ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ସହ ପ୍ରଥମେ ଧୋନୀ ଫିଲ୍ଡକୁ ଓହ୍ଲାଇ ନ ଥିଲେ। ଏଣୁ କାର୍ତ୍ତିକ ଉଇକେଟକିପିଂ ଦାୟିତ୍ୱ ନେଇଥିଲେ। କିଛି ସମୟ ପରେ ଧୋନୀ ଫିଲ୍ଡ ମଧ୍ୟକୁ ପ୍ରବେଶ କରି ଡିପ ଫାଇନ ଲେଗ ଅଞ୍ଚଳରେ ଫିଲ୍ଡିଂ କରିଥିଲେ। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ବରଣ କରିଛି। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଙ୍ଗ କରି ମାତ୍ର ୧୭୮ରନ କରିବାରେ ସକ୍ଷମ ହୋଇଥିଲା। ୧୭୮ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୪ ୱିକେଟ ହରାଇ ହାସଲ କରି ନେଇଥିଲା।
କ୍ରିକେଟ୍ ବିଶ୍ୱକପ୍ ୨୦୧୯ ଆଉ ମାତ୍ର ୦୨ଦିନ ପରେ ଇଂଲଣ୍ଡରେ ଅନୁଷ୍ଠିତ ହେବ। ଭାରତ ଜୁନ ୧୬ରେ ଇଂଲଣ୍ଡର ଓଲ୍ଡ ଟ୍ରାଫଡ୍ କ୍ରିକେଟ୍ ଗ୍ରାଉଣ୍ଡରେ ତାର ଚିରପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ। ସେହିଭଳି ଚଳିତ ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଦର୍ଶକମାନେ ଆଶାବ୍ୟକ୍ତ କରିଛନ୍ତି। ଜୁନ ୫ରେ ଭାରତ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡର ରୋଜ କ୍ରିକେଟ୍ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories