www.samajalive.in
Sunday, December 7, 2025
13.1 C
Bhubaneswar

ନାଲି ଲଙ୍କାର ଏପରି ଉପାୟ, ଯାହା ବଦଳାଇ ଦେବ ଆପଣଙ୍କ ଭାଗ୍ୟ

ସାଧାରଣତଃ ଆମେ ଜାଣନ୍ତି ଯେ, ଲଙ୍କା ଖାଦ୍ୟରେ ବ୍ୟବହୃତ ହୋଇଥାଏ। ଏହା ଖାଦ୍ୟର ସ୍ବାଦ ବୃଦ୍ଧି କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ମାତ୍ର କ’ଣ ଆପଣ ଜାଣନ୍ତି ଲଙ୍କାର ଆହୁରି ଏପରି କିଛି ଗୁଣ ଅଛି ଯାହା ଆପଣଙ୍କ ଅନେକ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ। ନାଲି ଲଙ୍କା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ନଜର ଦୋଷ ଛଡାଇବା, ରୋଗରୁ ମୁକ୍ତି ଦେବା, ଧନବୃଦ୍ଧିରେ ସାହାଯ୍ୟ କରିବା ଭଳି ଅନେକ କାର୍ୟ୍ୟରେ ଲାଗିଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ଏହାର ଅନେକ ମହତ ଗୁଣ ବିଷୟରେ କୁହାଯାଇଛି। ତେବେ ନାଲି ଲଙ୍କାରେ କିଛି ଉପାୟ ଆପଣାଇ ଆପଣ ନିଜ ଭାଗ୍ୟକୁ ବଦଳାଇ ପାରିବେ। ଚାଲନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ –

ବ୍ୟବସାୟରେ ଯଦି କୌଣସି କାରଣରୁ ବାଧା ଉପୁଜୁଛି ତେବେ ଏଥିରୁ ମୁକ୍ତି ପାଇବା ପାଇଁ ନାଲି ଲଙ୍କା ସାହାଯ୍ୟ କରିଥାଏ। ୨୧ଟି ନାଲି ଲଙ୍କାକୁ ନେଇ ଏକ ପାଣି ଭର୍ତ୍ତି ହୋଇଥିବା ଜଗ୍ ରେ ପକାଇ ୭ ଥର ନିଜ ଚାରିପଟେ ବୁଲାଇବା ପରେ ରାସ୍ତାକୁ ଫିଙ୍ଗି ଦିଅନ୍ତୁ।

- Advertisement -

ଯଦି ଆପଣଙ୍କ ଘରେ ସର୍ବଦା ଧନର ଅଭାବ ଲାଗି ରହିଥାଏ ତେବେ ଏକ ରୁମାଲରେ ୭ଟି ନାଲି ଲଙ୍କାକୁ ବାନ୍ଧି ପଇସା ଥିବା ସ୍ଥାନରେ ରଖି ଦିଅନ୍ତୁ। ଏପରି କରିବା ଦ୍ବାରା ଘରେ ଶାନ୍ତି ଦେଖା ଯିବା ସହ ଧନର ଅଭାବ ଦୂର ହୋଇଥାଏ।

ଏହା ବ୍ୟତୀତ ଯଦି ଆପଣଙ୍କ ଘରେ କୌଣସି ବ୍ୟକ୍ତି ରୋଗରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ରୋଗ ଭଲ ହେଉନାହିଁ ତେବେ ଏହି ସମୟରେ ଏକ କପଡ଼ାରେ ୫ଟି ଶୁଖିଲା ଲଙ୍କା ବାନ୍ଧି ସେହି ବ୍ୟକ୍ତିଙ୍କ ଶୋଇବା ଶେଯ ତଳେ ରଖିଦିଅନ୍ତୁ। ଏପରି କରିବା ଦ୍ବାରା ଶୁଭ ଫଳ ମିଳିଥାଏ।

ପରିବାରର କୌଣସି ସଦସ୍ୟଙ୍କ ଉପରେ ଖରାପ ନଜର ଲାଗିଥିଲେ, କିଛି ନାଲି ଲଙ୍କା ନେଇ ୨ ରୁ ୩ ଥର ତାଙ୍କ ଚାରିପଟେ ବୁଲାଇ ନିଆଁରେ ପକାଇ ଦିଅନ୍ତୁ। ଏପରି କରିବା ଦ୍ବାରା ନଜର ଦୋଷ ଦୂର ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories