www.samajalive.in
Monday, December 8, 2025
16.1 C
Bhubaneswar

ନିଷ୍କ୍ରିୟ ହୋଇଛି ୟୁନିଟ୍‌ ପ୍ରକଳ୍ପ: ଅଣ୍ଡା ଦେବେ ୬୫ ଗୋ-ମୁହାଁ କୁମ୍ଭୀର, ଜଗିଛନ୍ତି ୨ କର୍ମଚାରୀ

ଦିଗପହଣ୍ଡି: ଘୋଡାହାଡ ଜଳଭଣ୍ଡାରରେ ଶୋଭାବର୍ଦ୍ଧନ କରୁଥିବା ଗୋ-ମୁହାଁ କୁମ୍ଭୀରକୁ ଏବେ ଜଗିଛନ୍ତି ମାତ୍ର ୨ଜଣ ଅସ୍ଥାୟୀ କର୍ମଚାରୀ। ଦିଗପହଣ୍ଡି ସହରଠାରୁ ୧୭ କିଲୋମିଟର ଦୂର ଘୋଡାହାଡ଼ ଜଳଭଣ୍ଡାରରେ ଦେଖିବାକୁ ମିଳୁଥିବା ତିନି ପ୍ରଜାତିର କୁମ୍ଭୀରଙ୍କ ମଧ୍ୟରେ ମୁଖ୍ୟତଃ ଗୋମୁଁହା ପ୍ରଜାତିର କୁମ୍ଭୀର ବେଶ ଶୋଭାବର୍ଦ୍ଧନ କରୁଛି। ପର୍ୟ୍ୟଟନ ସ୍ଥଳ ଭାବେ ପରିଚିତ ଏହି ଡ୍ୟାମର ଅନନ୍ୟ ଆକର୍ଷଣ ଏହି ପ୍ରଜାତିର କୁମ୍ଭୀର। ହେଲେ ଏଗୁଡିକର ଦେଖାଶୁଣା ପ୍ରତି ବିଶେଷ ଧ୍ୟାନ ଦିଆଯାଇନଥିବା ବେଳେ କୁମ୍ଭୀର ସୁରକ୍ଷା ପାଇଁ ଡ୍ୟାମ ପାର୍ଶ୍ବବର୍ତ୍ତୀ ଗ୍ରାମର ଲୋକଙ୍କୁ ନେଇ ଗଠିତ ୟୁନିଟ ପ୍ରକଳ୍ପ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇପଡିଛି।
ଗୋମୁଁହା କୁମ୍ଭୀରର ମୁଁହ ଭାଗଟି ଗାଈର ମୁଁହ ଭଳି ଅବିକଳ ଦେଖାଯାଉଥିବାରୁ ଏହା ଗୋ-ମୁହାଁ କୁମ୍ଭୀର ଭାବେ ପରିଗଣିତ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ପ୍ରଜାତିର କୁମ୍ଭୀର ବିଶେଷ କରି ମଧୁର ଜଳରେ ବାସ କରନ୍ତି। ଏହି ପ୍ରଜାିତର କୁମ୍ଭୀର ମଣିଷ ପ୍ରତି ସେତେଟା କ୍ଷତିକାରକ ନୁହେଁ ବୋଲି ଡ୍ୟାମରେ ମାଛ ମାରୁଥିବା ଧୀବରମାନେ କହିଛନ୍ତି। ଡ୍ୟାମ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଗୋ-ମୁହାଁ କୁମ୍ଭୀର ଆକ୍ରମଣ କରିଥିବା ନେଇ କୌଣସି ପ୍ରକାର ନଜିର ନାହିଁ ବୋଲି ନିକଟବର୍ତ୍ତୀ ଗ୍ରାମବାସୀ ପ୍ରକାଶ କରିଛନ୍ତି।

 

- Advertisement -

ମିଳିଥିବା ସୂଚନା ପ୍ରକାରେ ଡ୍ୟାମରେ ପ୍ରାୟ ୪୪ଟି ଏହି ପ୍ରଜାତିର କୁମ୍ଭର ରହିଛନ୍ତି। ଏହାବ୍ୟତୀତ ନିକଟବର୍ତ୍ତୀ ଗ୍ରାମର ପୁଷ୍କରିଣୀ ଏବଂ ଉଜଳେଶ୍ୱର ମନ୍ଦିର ପୁଷ୍କରିଣୀରେ ଆଉ ୨୧ଟି କୁମ୍ଭୀର ରହିଥିବା ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ପ୍ରଜାତିର କୁମ୍ଭୀରମାନେ ମୁଖ୍ୟତଃ ଶୀତ ଆଗମନରେ ଅର୍ଥାତ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେରେ ଅଣ୍ଡା ଦେଇଥାନ୍ତି। ଡ୍ୟାମ କିମ୍ବା ନଦୀ କୂଳରେ ରହିଥିବା ଲଟାବୁଦା ଭିତରେ ହିଁ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି। ଅଣ୍ଡାଗୁଡିକୁ ଡାଳପତ୍ର ଘୋଡାଇ ମା’ କୁମ୍ଭୀର ଯତ୍ନ ସହକାରେ ରଖିଥାଏ। ବନବିଭାଗ ତରଫରୁ କୁମ୍ଭୀର ଅଣ୍ଡାର ସୁରକ୍ଷା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନଥିବା ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳର ବାସିନ୍ଦା ଓ ଧୀବରମାନେ ପ୍ରକାଶ କହିଛନ୍ତି। ଏହି ପ୍ରଜାତିର କୁମ୍ଭୀରଙ୍କ ସୁରକ୍ଷା ପାଇଁ ୪ବର୍ଷ ତଳେ ୫ଟି ଲେଖାଏଁ ଗାଁକୁ ନେଇ ଗଠିତ ହୋଇଥିବା ୟୁନିଟ ପ୍ରୋଜେକ୍ଟ ଏବେ ସମ୍ପୂର୍ଣ୍ଣ ନିଷ୍କ୍ରିୟ। ଏହି କାରଣରୁ କୁମ୍ଭୀର ସୁରକ୍ଷା ପାଇଁ ବନବିଭାଗ ତରଫରୁ ବନ୍ୟଜନ୍ତୁ ବିଭାଗର ୨ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି। କୁମ୍ଭୀର ଗଣନା ଆସନ୍ତା ଡିସେମ୍ବର ମାସଠାରୁ ଆରମ୍ଭ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories