ଜୀ ସାର୍ଥକରେ ଦିଦି ହେବେ ନମ୍ବର ୱାନ୍

ଭୁବନେଶ୍ବର : ମହିଳାଙ୍କ ପାଇଁ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ନୂଆ କାର୍ଯ୍ୟକ୍ରମ ‘ଦିଦି ନମ୍ବର ୱାନ୍’ ଆଜିଠାରୁ ପ୍ରସାରିତ ହେବ। ଅଭିନେତ୍ରୀ ଲିପି ମହାପାତ୍ର ଏହି କାର୍ଯ୍ୟକ୍ରମ ଉପସ୍ଥାପନା କରିବେ। ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ପାଞ୍ଚଟାରେ ଏହାର ପ୍ରସାରଣ ହେବାକୁ ଥିବାବେଳେ ରବିବାର ରାତି ସାଢ଼େ ଆଠରେ ଏହାର ସ୍ବତନ୍ତ୍ର ଅଧ୍ୟାୟ ପ୍ରସାରିତ ହେବ ବୋଲି ସୂଚନା ଦିଆଯାଇଛି। ମହିଳାମାନେ ଏହା ଜରିଆରେ ନିଜର ଅନ୍ତର୍ନିହିତ ଗୁଣକୁ ଦେଖାଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଏହାର ଅଡିସନ ଓଡ଼ିଶାର ବିଭିନ୍ନ ସହରରେ ଆରମ୍ଭ ହୋଇଯାଇଛି ବୋଲି ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି।

Comments are closed.