www.samajalive.in
Monday, December 15, 2025
16.1 C
Bhubaneswar

ଦୂଷିତ ପରିବେଶ ଯୋଗୁ ଝାଡାବାନ୍ତି ବ୍ୟାପିବା ଆଶଙ୍କା, ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଲେ ଗ୍ରାମବାସୀ

ଆଠଗଡ: ଆଠଗଡ ବ୍ଲକର ତରଡିଙ୍ଗ ଗ୍ରାମରେ ମନୁଷ୍ୟକୃତ ଦୂଷିତ ପରିବେଶ ଯୋଗୁ ଅସ୍ବାସ୍ଥ୍ୟକର ସ୍ଥିତି ଉପୁଜିଛି। ସମ୍ପ୍ରତି ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ବ୍ୟାପିବା ସହ ତାହା ହଇଜା ରୂପ ନେଉଥିବାରୁ ତରଡିଙ୍ଗରରେ ମଧ୍ୟ ଏହା ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଏହି ସମସ୍ୟାକୁ ନେଇ ଚିନ୍ତିତ ତରଡିଙ୍ଗ ଗ୍ରାମବାସୀ ସୋମବାର ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିବେଦନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ଅସ୍ବାସ୍ଥ୍ୟକର ପରିବେଶ ମନୁଷ୍ୟକୃତ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷ ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି।  ତରଡିଙ୍ଗ ଗ୍ରାମର ମଧ୍ୟସ୍ଥଳରେ ଜଗନ୍ନାଥ ମନ୍ଦିର ସମେତ ଅନ୍ୟ କେତେକ ମନ୍ଦିର ରହିଛି। ଗ୍ରାମ ମଧ୍ୟ ଦେଇ ଯାଇଥିବା ମୁଖ୍ୟ ତଥା ପ୍ରଶସ୍ତ କଂକ୍ରିଟ ରାସ୍ତାର ଦୁଇ କଡରେ ନାଳ ରହିଛି। ହେଲେ ଅନୁପଯୁକ୍ତ ବ୍ୟବହାର ଏବଂ ଆବର୍ଜନା ପକାଯିବା ଯୋଗୁ ତାହା ପୋତିହୋଇପଡ଼ିଛି। ଫଳରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ନାଳପାଣି ସହ ଏକାକାର ହୋଇ ରାସ୍ତା ଉପରେ ପ୍ରବାହିତ ହେବା ଫଳରେ ଏକ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଉକ୍ତ ରାସ୍ତା କଡରେ ଥିବା ଏକ ଖୋଲା କୂଅରୁ ଅନେକ ଲୋକ ପାନୀୟଜଳ ସଂଗ୍ରହ କରିଥାନ୍ତି । ସେଠାରେ ଥିବା ଖାଲି ସ୍ଥାନରେ ଠାକୁରଙ୍କ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ। ଆଉ ୩ ଦିନ ପରେ ରଥଯାତ୍ରା ଏବଂ ସେହି ରାସ୍ତାକୁ ରଥ ଦାଣ୍ଡ ଭାବେ ବ୍ୟବହାର କରାଯାଏ । ଜଗନ୍ନାଥ ମନ୍ଦିରରୁ ରଥ ସେହି ରାସ୍ତା ଦେଇ କପିଳେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ । ରାସ୍ତା କଡରେ ଏବଂ ରାସ୍ତା ଉପରେ ବୋହୁଥିବା ପୋଚ ପାଣିରେ କିପରି ରଥ ଟଣା ହେବ ତାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ସବୁ ବର୍ଜ୍ୟବସ୍ତୁ ଆଦି ପକାଇ ନାଳ ଅବରୋଧ କରିଥିବା ମୁଷ୍ଟିମେୟ ଲୋକଙ୍କୁ ଗ୍ରାମବାସୀ ସଫେଇ କରିବାକୁ ୨-୩ମାସ ହେଲା ଅନୁରୋଧ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି। ଅନନ୍ୟୋପାୟ ହୋଇ ଶେଷରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ରଥଯାତ୍ରା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଦାବିପତ୍ରର ନକଲ ସେମାନେ ବିଡିଓ ଓ ଥାନା ଆଇଆଇସିଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ଦାବିପତ୍ର ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories