www.samajalive.in
Sunday, December 14, 2025
18.1 C
Bhubaneswar

ପିକଅପ ଭ୍ୟାନରୁ ବିପୁଳ ମଦ ଜବତ, ଜଣେ ଅଟକ 

କଳାପଥର : ବାଙ୍କୀରେ ନୂଆ ତରିକା ଆପଣାଇଛନ୍ତି ଚୋରା ମଦ ବ୍ୟବସାୟୀ । ଉପରେ ପନିପରିବା ବୁହା ଟ୍ରେ ରହିଛି କିନ୍ତୁ  ଟ୍ରେ ତଳେ ଲୁଚାଇ କରି ଚାଲାଣ ହେଉଛି ଦେଶୀ ମଦ । ଏଭଳି ଏକ ମଦ ବୋଝେଇ ଗାଡିକୁ ଜବତ କରିଛି କଟକ ଜିଲ୍ଲା ବାଙ୍କୀ ଅବକାରୀ ବିଭାଗ । ଚୋରା ଦେଶୀ ମଦ ଚାଲାଣ ଖବର ପାଇ ଟାଉନ ଅଂଚଳରେ ଚଢ଼ାଉ ହୋଇଥିଲା । ଗୋଟିଏ ପନିପରିବା ବୁହା ପିକଅପ ଭ୍ୟାନରୁ ବିପୁଳ ମଦ ଜବତ ହୋଇଛି । ଘଟଣା ସ୍ଥଳରୁ ଡ୍ରାଇଭରକୁ ଅଟକ ରଖି ଏହାର ଅଧିକ ତଦନ୍ତ କରୁଛି ବିଭାଗ । ଅଟକ ଡ୍ରାଇଭର ନାମ ଜ୍ଞାନ ରଞ୍ଜନ ବେହେରା, ବାପା ସନ୍ତୋଷ ବେହେରା । ଘର ଆଠଗଡ ଅଂଚଳର ମେଘା କଦମ୍ବପାଟଣାରେ ବୋଲି ଜଣାପଡିଛି । ସୂଚନା ଥାଉକି ମଦ ବୋଝେଇ ପିକଅପ ଭ୍ୟାନଟି ଆଠଗଡ ଅଂଚଳରୁ ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀର ସେତୁ ଦେଇ କଳାପଥର ଚାଲାଣ ହେଉଥିଲା । କୌଣସି ସୂତ୍ରରୁ ଖବର ପାଇ ଉକ୍ତ ପନିପରିବା ଟ୍ରେ ବୋଝେଇ ଗାଡିଟିକୁ ଅଟକ ରଖି ତଦନ୍ତ କଲାବେଳେ ସେଥିରୁ ଦେଶୀ ମଦ ବସ୍ତା ବ୍ଲାଡର ବାହାରିଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories