www.samajalive.in
Sunday, December 14, 2025
23.1 C
Bhubaneswar

‘ନୃତ୍ୟ ବର୍ଣ୍ଣାଳୀ’ ଉତ୍ସବ ପାଳିତ

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଶ୍ରୀ ଦଶାବତାର ନାଟ୍ୟଶାଳା ଆନୁକୂଲ୍ୟରେ ‘ନୃତ୍ୟ ବର୍ଣ୍ଣାଳୀ’ ଉତ୍ସବ ପାଳନ କରାଯାଇଛି । ଆଜି ଅପରାହ୍ନରେ ଅତିଥିଭାବେ ସୁନାମଧନ୍ୟା ଲେଖିକା ତନୟା ଦାସ ଗୋସ୍ଵାମୀ, ଓଡ଼ିଶୀ ନୃତ୍ୟ ପ୍ରବୀଣା ନମିତା ରାୟ ଏବଂ ଫିଲ୍ମ ଏବଂ ଟେଲି ଆର୍ଟିଷ୍ଟ ହିତେଷା ବାଗ୍ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର କନିଷ୍ଠ ନୃତ୍ୟଶିଳ୍ପୀ ମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେହିପରି ସାନ୍ଧ୍ୟ ଅଧିବେଶନରେ ଅତିଥି ଭାବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର, ଜଗନ୍ନାଥ ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ମେମ୍ବର ଏବଂ ବିଶିଷ୍ଟ ସମାଜସେବକ ଓ ଫିଲ୍ମ ନିର୍ମାତା ଡ଼. ଏଲ୍.ଏନ୍. ଅଗ୍ରୱାଲ (ହେମରାଜ) ମହୋଦୟ ଉପସ୍ଥିତ ଥିଲେ ।

ଆଜି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନନ୍ୟ ପ୍ରତିଭା ପଦ୍ମଶ୍ରୀ ଗୁରୁ ଦୁର୍ଗାଚରଣ ରଣବୀର, ଶୁଭଶ୍ରୀ ପଟ୍ଟନାୟକ, ଡ଼. ପ୍ରକାଶ ଚନ୍ଦ୍ର ମିଶ୍ର ‘ନାଟ୍ୟଶାଳା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ଭିନ୍ନକ୍ଷମ ସ୍ମିତା ସୌମ୍ୟା ସ୍ଵାଇଁଙ୍କୁ ‘ନୃତ୍ୟ ବର୍ଣ୍ଣାଳୀ ସମ୍ମାନ’ରେ ସମ୍ବନ୍ଧିତ କରାଯାଇଥିଲା । ଶେଷରେ ବରିଷ୍ଠ ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁଷ୍ଠାନର ସଂପାଦିକା ମମତା ଶତପଥୀ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିପ୍ପଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀମାନ୍ ସାଗର କୁମାର ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories