www.samajalive.in
Sunday, December 14, 2025
23.1 C
Bhubaneswar

କଣ୍ଟିଆପଡାରେ ସାମାଜିକ ସୁରକ୍ଷା ବନାଗ୍ନି ନିରାକରଣ ସଚେତନତା ଶିବିର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଗ୍ରାମରେ ସୋମବାର କେନ୍ଦୁଝର ବନଖଣ୍ଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ମିଳିତ ଉଦ୍ୟମରେ ଏକ  ଦକ୍ଷତା ବିକାଶ-ନିଯୁକ୍ତି ଶ୍ରମ କାର୍ଡ ତଥା ବନାଗ୍ନି ନିରାକରଣ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ସଭାରେ ଗ୍ରାମପଞ୍ଚାୟତ ଅଧିନସ୍ଥ ୫ଟି ବନ ସୁରକ୍ଷା ସମିତି କଣ୍ଟିଆପଡା, ମାନପୁର, ଭଗପଶି, ଜାମୁନାଳିଆ, ବଲାଣିପଶି ଗ୍ରାମରୁ ପାଖାପାଖି ୪୦୦ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲା। କେନ୍ଦୁଝର ଶ୍ରମ କାର୍ଯ୍ୟାଳୟରୁ ସହକାରୀ ଶ୍ରମ ଅଧିକାରୀ ଗୌରଗୋପାଳ ବେହେରା ଓ ସହଯୋଗୀ ଚନ୍ଦ୍ରକାନ୍ତ ତ୍ରିପାଠୀ ଶ୍ରମ କାର୍ଡର ପଂଜୀକରଣ ଓ ସୁବିଧା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ।

କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରୁ ନିର୍ମଳ କୁମାର ସାହୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବନାଗ୍ନି ନିବାରଣ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟରୁ ସୁଧା ଓରାମ ସରକାରୀ ଉପଲବ୍ଧ ବିଭିନ୍ନ ମାଗଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରି ସର୍ଦ୍ଦାର, ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନରକ୍ଷୀ ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ସହଯୋଗରେ ପାଖାପାଖି ୭୫୦ ଚାରା ଏକ୍ ପେଡ୍ ମା କେ ନାମ୍ ନାରା ଦେଇ ବଣ୍ଟା ଯାଇଥିଲା। କେନ୍ଦୁଝର ବନଖଣ୍ଡ ସମାଜବିତ ଜୟପ୍ରକାଶ ପୃଷ୍ଟି, ପ୍ରକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପୂର୍ଣ୍ଣଚନ୍ଦ୍ର ବେହେରା, ରଞ୍ଜିତ ପଲେଇ, ସହଯୋଗୀ ଏବଂ ସ୍ଥାନୀୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ପାଖାପାଖି ୩୧୫ଟି ଶ୍ରମକାର୍ଡ ଓ ୧୨ଟି ଦକ୍ଷତା ବିକାଶ ପଂଜୀକରଣ ହୋଇଥିଲା। ଅତି ଶୀଘ୍ର ପଂଜୀକୃତ ଶ୍ରମକାର୍ଡ ଓ ଦକ୍ଷତା ବିକାଶ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଖାପାଖି ସମସ୍ତ ଗ୍ରାମ ପଞ୍ଚାୟତରେ ଏହିପରି ସଚେତନତା ଶିବିର ଆୟୋଜନ କରାଯାଇ ଶ୍ରମକାର୍ଡ ଓ ନିଯୁକ୍ତିର ସୁଯୋଗ ପହଞ୍ଚାଇବାକୁ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡ଼ି ଲକ୍ଷ୍ୟ ରଖିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories