www.samajalive.in
Saturday, December 6, 2025
14.1 C
Bhubaneswar

ଏସିଆ କପ୍‍ କ୍ରିକେଟ୍‍: ଧୋନିଙ୍କ ଅଭିଜ୍ଞତା ଉପରେ ନିର୍ଭରଶୀଳ ଭାରତ

ଦୁବାଇ : ୟୁଏଇରେ ଆରମ୍ଭ ହୋଇଥିବା ଏସିଆ କପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା ଉପରେ ଅଧିକ ନିର୍ଭରଶୀଳ ବୋଲି ସାଧାରଣରେ ଆଲୋଚନା ହେଉଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ରେ ଭାରତୀୟ ଦଳ ୪-୧ରେ ପରାସ୍ତ ହେବା ପରେ ବିଭିନ୍ନ ମହଲରୁ ଖେଳାଳିମାନେ ସମାଲୋଚନାର ଶରବ୍ୟ ହୋଇଥିଲେ। କିଛିଦିନର ବ୍ୟବଧାନ ପରେ ଭାରତୀୟ ଦଳ ଏସିଆ କପ୍‍ ଖେଳିବାକୁ ଯାଇଛି।
ଏସିଆ କପ୍‍ ନିମନ୍ତେ ଭାରତୀୟ ଦଳରେ ନାହାନ୍ତି ଅଧିନାୟକ ବିରାଟ କୋହଲି। କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଅଧିନାୟକ ଦାୟିତ୍ୱରେ ଅଛନ୍ତି ରୋହିତ ଶର୍ମା। ଦଳ ନିଜ ପ୍ରଥମ ମ୍ୟାଚ୍‍ରେ ଆସନ୍ତା ମଙ୍ଗଳବାର ହଂକଂକୁ ଭେଟିବ। ବିଦେଶ ଗସ୍ତରେ ଭାରତୀୟ ଦଳ ଅଧିକାଂଶ ସିରିଜ୍‍ରେ ପରାଜୟବରଣ କରିଥିବା ଦୃଷ୍ଟିରୁ ଆଗାମୀ ଦିନରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ନିମନ୍ତେ ଖେଳାଳିଙ୍କୁ ପର୍ଯ୍ୟାୟକ୍ରମେ ବିଶ୍ରାମ ଦିଆଯାଇଛି। ଏସିଆ କପ୍‍ ନିମନ୍ତେ ଭାରତୀୟ ଦଳରେ ଅଧିକ ସଂଖ୍ୟାରେ ଯୁବ ଖେଳାଳି ଥିବାରୁ ସେମାନଙ୍କ ନିକଟରେ ଅଭିଜ୍ଞତା କମ୍‍ ରହିଛି। ଏପରି ସ୍ଥଳେ ଦଳରେ ସ୍ଥାନ ପାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅଭିଜ୍ଞତା ଉପରେ ସମସ୍ତେ ନିର୍ଭରଶୀଳ। ରୋହିତ ଶର୍ମା ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ଏବଂ ଏସିଆ କପ୍‍ରେ ସେ ନିଜ ବ୍ୟାଟିଂ ମାଧ୍ୟମରେ ପୁନର୍ବାର କିଛିଟା କମାଲ୍‍ ଦେଖାଇବା ଆଶା ରହିଛି। ତେବେ ଯୁବ ଖେଳାଳିଙ୍କୁ ଉପଯୁକ୍ତ ଭାବେ ପରିଚାଳିତ କରିବାର ଗୁରୁଦାୟିତ୍ୱ ଧୋନିଙ୍କ ଉପରେ ନ୍ୟସ୍ତ ଏଥିରେ କୌଣସି ସନ୍ଦେହ ନାହିଁ। ଅଧିନାୟକ ଭାବେ ଧୋନି ଅନେକ ସଫଳତା ହାସଲ କରିଛନ୍ତି। ଦଳକୁ ଉପଯୁକ୍ତ ଭାବେ ପରିଚାଳିତ କରି ଖେଳାଳିଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ କିପରି ହାସଲ କରିହୁଏ ସେ କଳା ତାଙ୍କୁ ଭଲ ଭାବେ ଜଣା। ସର୍ବଦା ଥଣ୍ଡା ମିଜାଜ୍‍ରେ ରହୁଥିବା ଧୋନିଙ୍କ ନିକଟରେ ଅଭିଜ୍ଞତାର ଭଣ୍ଡାର ରହିଛି। ଏସିଆ କପ୍‍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ କଷ୍ଟକର ପରିସ୍ଥିତିରେ ଉପଯୁକ୍ତ ପରାମର୍ଶ ପାଇଁ ଧୋନିଙ୍କ ସହାୟତା ନେବେ ଏଥିରେ ଦ୍ୱିମତ ନାହିଁ। ବିରାଟ କୋହଲି ମଧ୍ୟ ଅନେକ ସମୟରେ ଧୋନିଙ୍କ ଠାରୁ ପଡ଼ିଆରେ ପରାମର୍ଶ ଗ୍ରହଣ କରିଥାନ୍ତି। ରୋହିତ ସେହି ପଦାଙ୍କ ଅନୁସରଣ କଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ବ୍ୟକ୍ତିଗତ କଥାକୁ ଦୃଷ୍ଟି ଦେଲେ ଧୋନି ଆଗାମୀ ବିଶ୍ୱକପ୍‍ ଖେଳିବାକୁ ଆଶା ରଖିଛନ୍ତି। ଯଦି ଏସିଆ କପ୍‍ରେ ସେ ଭଲ ପ୍ରଦର୍ଶନ କରିବା ସହ ଭାରତକୁ ଏହି ଟୁର୍ଣ୍ଣାମେଣ୍ଟ ଜିତିବାରେ ଗୁରୁ୍‍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ତେବେ ବିଶ୍ୱକପ୍‍ରେ ତାଙ୍କ ସ୍ଥାନ ପକ୍କା ହୋଇଯିବ। କୋହଲିଙ୍କ ଅନୁପସ୍ଥିତିରେ ଧୋନି ଜଣେ ଉପଯୁକ୍ତ ପରାମର୍ଶଦାତା ଭାବେ ଭାରତୀୟ ଖେଳାଳିଙ୍କ ନିମନ୍ତେ କେତେ ସହାୟକ ହୋଇ ପାରୁଛନ୍ତି ତାହା ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଅନେକ ସମୟରେ ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ସକ୍ଷମ ହୋଇଥିବା ଧୋନି ଏସିଆ କପ୍‍ରେ ପୁନର୍ବାର ନିଜ ପ୍ରଦର୍ଶନ ଓ ଯୁବ ଖେଳାଳିଙ୍କୁ ସଠିକ ଢଙ୍ଗରେ ପରିଚାଳିତ କରି ନିଜ ସ୍ଥିତି ଦୃଢ଼ କରିପାରିବେ ବୋଲି ଆଶା ରହିଛି। ଭାରତ ଯଦି ଏସିଆ କପ୍‍ ଚମ୍ପିଆନ୍‍ ହୁଏ ସେଥିରେ ଧୋନିଙ୍କ ଭୂମିକା ବେଶ୍‍ ଗୁରୁତ୍ୱପୂର୍ଣ୍ଣ ରହିବ ସେଥିନେଇ କୌଣସି ସନ୍ଦେହ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories