www.samajalive.in
Sunday, December 7, 2025
15.1 C
Bhubaneswar

ପ୍ରଶିକ୍ଷକ ସନ୍ଦୀପଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ଦାବିକଲେ ମାନିକା

ନୂଆଦିଲ୍ଲୀ : ମାତ୍ର ୨୩ ବର୍ଷ ବୟସରେ ମାନିକା ବାତ୍ରା ଭାରତୀୟ ଟେବୁଲ ଟେନିସ୍‍କୁ ନୂତନ ଉଚ୍ଚତାକୁ ନେଇ ପାରିଛନ୍ତି। ଏବେ ଆନ୍ତର୍ଜାତିକ ସ୍ତରରେ ଏତେ ସଫଳତା ସତ୍ତ୍ବେ ମାନିକା କହିଛନ୍ତି ଯେ ତାଙ୍କ ପ୍ରଶିକ୍ଷକ ସନ୍ଦୀପ ଗୁପ୍ତାଙ୍କୁ ଯେପର୍ଯ୍ୟନ୍ତ ଦ୍ରୋଣାଚାର୍ଯ୍ୟ ପୁରସ୍କାର ନ ମିଳିଛି; ସେ ସନ୍ତୁଷ୍ଟ ହେବେନାହିଁ।
ଗୋଲ୍‍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଟେବୁଲ ଟେନିସ୍‍ରେ ମାନିକା ବାତ୍ରା ୪ଟି ସ୍ୱର୍ଣ୍ଣପଦକ ଜିତି ପାରିଥିଲେ। ଏପରି କୃତିତ୍ୱ ହାସଲ କରିବାରେ ମାନିକା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଟିଟି ଖେଳାଳି। ଏପରି କୃତିତ୍ୱର ୪ ମାସ ପରେ ଏସୀୟ କ୍ରୀଡ଼ାରେ ଅଚନ୍ତ ଶରତ କମଲଙ୍କ ସହ ମିଶି ମାନିକା ମିକ୍ସଡ ଡବଲ୍‍ସ ବ୍ରୋଞ୍ଜ୍‍ ପଦକ ଜିତି ପାରିଥିଲେ। ଏସୀୟ କ୍ରୀଡ଼ା ଇତିହାସରେ ରେ ଭାରତର ଏହା ପ୍ରଥମ ଟେବୁଲ ଟେନିସ ପଦକ ଥିଲା।
ମାନିକା କହିଛନ୍ତି ଯେ ତାଙ୍କର ଏହି ସଫଳତା ପଛରେ ପ୍ରଶିକ୍ଷକ ସନ୍ଦୀପ ଗୁପ୍ତାଙ୍କର ବହୁତ ବଡ଼ ହାତ ରହିଛି। ତାଙ୍କ ପାଇଁ ଏବଂ ଅନ୍ୟ ଖେଳାଳିଙ୍କ ପାଇଁ ସନ୍ଦୀପ କଠିନ ପରିଶ୍ରମ କରିଛନ୍ତି। ତେଣୁ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବାକୁ ହକ୍‍ଦାର ଏବଂ ମୁଁ ନିଶ୍ଚିତ ଯେ ସେ ଏହା ପାଇବେ। ଦିଲ୍ଲୀର ପଞ୍ଜାବୀ ବାଗ୍‍ରେ ଥିବା ହଂସରାଜ ମଡେଲ ସ୍କୁଲ୍‍ରେ ଟେବୁଲ ଟେନିସ ଏକାଡେମୀ ଖୋଲିଛନ୍ତି ସନ୍ଦୀପ। ମାନିକା ପିଲାଦିନୁ ଏହି ଏକାଡେମୀରେ ଅଭ୍ୟାସ କରି ଆସୁଛନ୍ତି। ମାନିକା ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯିବା ବେଳେ ସନ୍ଦୀପ ତାଙ୍କ ସହ ଯାଇଥାଆନ୍ତି। ୨୦୧୬ରେ ମାନିକା ରିଓ ଅଲିମ୍ପିକ୍‍ସ ଖେଳିଥିବା ବେଳେ ପ୍ରଶିକ୍ଷକ ସନ୍ଦୀପ ଗୁପ୍ତା ତାଙ୍କ ସହ ଯାଇଥିଲେ। ଚଳିତବର୍ଷର ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଜଷ୍ଟିସ୍‍ ମୁକୁଳ ମୁଦ୍‍ଗଲଙ୍କ ନେତୃତ୍ୱରେ ଏକ ୧୧ ଜଣିଆ କମିଟି ଗଠନ କରାଯାଇଛି। ଏହାର ବୈଠକ ୧୬ରେ ବସିବ। ସେପ୍ଟେମ୍ବର ୨୫ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories