୨୨୦ ଭୋଲ୍ଟ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ
ଢେଙ୍କାନାଳ: ୨୨୦ ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଜଣେ ଆହତ। ଏଭଳି ଅଭାନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ। ଏକ ଶାଗୁଆନ ଗଛ ସଫା ସମୟରେ ପାଖରେ ଲାଗି ରହିଥିବା ୨୨୦ ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଜଳିଯାଇଛନ୍ତି। ମୃତ ଯୁବକ ହେଲେ ୨୫ ବର୍ଷୀୟ ବଳରାମ ରାଉତ। ଘଟଣାସ୍ଥଳରେ ଜଗନଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗରେ ଯାଇଥିବା ଲିଟୁ ରାଉତ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
Comments are closed.