www.samajalive.in
Sunday, December 7, 2025
23.1 C
Bhubaneswar

ମକର ସଂକ୍ରାନ୍ତି ; ଏହି ଉପାୟରେ ଘରେ ପୂରି ରହିବ ଧନସମ୍ପତ୍ତି

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ପର୍ବ ଖୁବ୍‌‌ ଧୁମଧାମରେ ପାଳନ କରାଯାଏ। ଏହି ପର୍ବ ଫସଲ ଆରମ୍ଭରେ ପଡିଥାଏ। ମକା ସଂକ୍ରାନ୍ତି ପରେ ଦିନ ବଡ ହୋଇଥାଏ।
ଏହି ଦିନ ସୂର୍ଯ୍ୟଦେବତାଙ୍କୁ ସମର୍ପିତ। କିଛି ସରଳ ଉପାୟ ଓ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ଧନ-ବୈଭବ ସର୍ବଦା ରହିଥାଏ। ଜାଣନ୍ତୁ..
ଆର୍ଥିକ ସମସ୍ୟା ଲାଗି ରହିଥିଲେ,ମକର ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟଙ୍କ ପ୍ରତିମା ଆଣି ଠାକୁର ଘରେ ରଖି ପୂଜାଚ୍ଚର୍ନା କରନ୍ତୁ। ଏହାକୁ ପୂର୍ବ ଦିଗରେ ରଖନ୍ତୁ। ନିୟମିତ ଏହି ପ୍ରତିମାକୁ ପ୍ରଣାମ କରନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ।
ନିୟମିତ ସ୍ନାନ ପରେ ଭଗବାନ ସୂର୍ଯ୍ୟଦେବତାଙ୍କୁ ତମ୍ବା ଲୋଟାରେ ଜଳ ଅର୍ପଣ କରନ୍ତୁ। ଜଳ ଅର୍ପଣ କରୁଥିବା ଲୋଟାରେ ଲାଲ ସୂତା ବାନ୍ଧି, ଲାଲ ଫୁଲ, ଅକ୍ଷତ ନିଶ୍ଚୟ ରଖନ୍ତୁ। ଏହି ଉପାୟ ମକର ସଂକ୍ରାନ୍ତି ଦିନ ଠାରୁ ଆରମ୍ଭ କରିବା ଅତ୍ୟନ୍ତ ଶୁଭଙ୍କର। ଏପରି କରିବା ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ।
ଏହି ଦିନ ଗୁରୁଜନଙ୍କୁ ଆଦୌ ଉଚ୍ଚ ସ୍ୱରରେ କଥା କୁହନ୍ତୁ ନାହିଁ। କଦାପି ଗୁରୁଜନଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହିଁ। ପରିବାର ସଦସ୍ୟଙ୍କ ସହ ଗୁରୁଜନଙ୍କ ସେବା କରନ୍ତୁ।
ମକର ସଂକ୍ରାନ୍ତି ଦିନ ଜଳରେ ରାଶି ପକାଇ ସ୍ନାନ କରନ୍ତୁ। ସ୍ନାନ ପରେ ରାଶି, ଲାଲ ବସ୍ତ୍ର, ଗୁଡ ଆଦି ଦାନ କରନ୍ତୁ। ଏହାଦ୍ୱାରା ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories