ଢେଙ୍କାନାଳ ସଦର:ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଲହଡା ସଂରକ୍ଷିତ ଜଙ୍ଗଲ ରେ ଶିକାର କରୁଥିବା ବେଳେ ବନ କର୍ମଚାରୀ ମାନେ ୫ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ଠାରୁ ୨ ଟି ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ଅନ୍ୟ ବିସ୍ଫୋରକ ଜବତ କରାଯାଇଛି।
ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ଙ୍କ ସୂଚନା ଅନୁଯାୟୀ, ଷଡ଼ଙ୍ଗୀ ବନାଞ୍ଚଳ ଲହଡା ସଂରକ୍ଷିତ ଜଙ୍ଗଲ କାଶୀପୁର ନିକଟରେ କେତକ ଶିକାରୀ ବନ୍ୟ ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ପଶିଥିବା ବେଳେ ରେଞ୍ଜ କର୍ମଚାରୀ, ହାତୀ ସ୍କ୍ୱାଡ଼ କର୍ମଚାରୀ ଏ ପି ଆର ଷ୍ଟାଫଙ୍କ ସହଯୋଗରେ ୫ ଶିକାରୀକୁ ଧରିଥିଲେ।
ଗିରଫ ଶିକାରୀମାନେ ହେଲେ ଗଁଦିଆ ଥାନା କାଶୀପୁର ପଞ୍ଚାୟତ କୋକୁଆଝର ଗାଁର ବିମ୍ବା ସଏ, ଲକ୍ଷ୍ମଣ ଗଗରାଇ, ମକୁର ହେମ୍ବ୍ରମ, ଲକ୍ଷ୍ନଣ ମୁଣ୍ଡା ଏବଂ ରାମ ମୁଣ୍ଡା। ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ସହ ୧୦୦ଗ୍ରାମ ଗନ ପାଉଡର ଓ ଟର୍ଚ୍ଚ ଲାଇଟ ଜବତ କରାଯାଇଛି। ଶିକାରୀମାନଙ୍କୁ ଅଦାଲତ ଚାଲାଣ କରାଯାଇଛି।



