www.samajalive.in
Sunday, December 14, 2025
17.1 C
Bhubaneswar

ବାଇକ ଦୁର୍ଘଟଣାରେ ପୁଲିସ ହାବିଲଦାରଙ୍କ ମୃତ୍ୟୁ, ୨ ଗୁରୁତର

ଢେଙ୍କାନାଳ ସଦର:ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବିରାଡିଆ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ବାଇକ ଧକ୍କାରେ କାମାକ୍ଷାନଗର ଥାନାରେ କାର୍ଯ୍ୟରତ ହାବିଲଦାର ବିପିନ ବିହାରୀ କରଙ୍କ ମୃତ୍ୟୁ ହୋଇଛି । ମୃତ ବିପିନ ବିହାରୀଙ୍କ ଘର ଗଁଦିଆ ଥାନା ବିଧାରପୁର ପଞ୍ଚାୟତ ଅନ୍ନପୁର ଗାଁରେ ବୋଲି ଜଣାପଡିଛି। ପ୍ରକାଶ ଯେ, କାମକ୍ଷାନଗର ଥାନା ମୁକ୍ତାପଶି ଗାଁର ରାକେଶ ନାୟକ ଏବଂ ସୂଚିତ୍ରୀ ନାୟକ କପିଳାସ ରୁ ଦର୍ଶନ ସାରି ଢେଙ୍କାନାଳ ଅଭିମୁଖେ ଫେରୁ ଥିବାବେଳେ କାମାକ୍ଷ୍ୟା ନଗର ଥାନାର ହାବିଲଦାର ବିପିନ ବିହାରୀ କର ଢେଙ୍କାନାଳ ଜିଲା କୋର୍ଟରେ ସାକ୍ଷୀ ଦେଇ ଗାଁକୁ ଯାଉଥିବା ବେଳେ ଢେଙ୍କାନାଳ – ଗଁଦିଆ ରାସ୍ତାର ବିରାଡ଼ିଆ ଠାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ।

ଏଥିରେ ସମସ୍ତ ଆରୋହୀ ଆହତମାନଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ହାବିଲଦାର ବିପିନଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ଯୁବକରାକେଶ ଓ ଯୁବତୀ ସୂଚିତ୍ରୀ ଚିକିତ୍ସାଧୀନ ଥିବା ଜଣାପଡିଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories