www.samajalive.in
Friday, December 5, 2025
17.1 C
Bhubaneswar

ଶ୍ୱାସରୁଦ୍ଧ ହୋଇ ଇଟାଭାଟିରେ ୪ମୃତ, ମୃତକଙ୍କ ମଧ୍ୟରେ ୧୦ବର୍ଷର ନାବାଳକ

ଓଡାପଡା: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମ ନିକଟରେ ଥିବା ବେଆଇନ ଇଟାଭାଟିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି । ଶ୍ୱାସରୁଦ୍ଧ ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ଛତିଶଗଡ଼ ରାଜ୍ୟ ମହାକୁଣ୍ଡ ଜିଲ୍ଲାର ମେଘନାଦ ଭୋଇ(୫୦), ନିରା ଭୋଇ(୪୦) ଓ ଜିତୁ ଭୋଇ(୧୦) ଓ ଶିବଦାସ ଭୋଇ। ସମସ୍ତେ କମଳାଙ୍ଗ ଗ୍ରାମର ବିନୟ ସାହୁଙ୍କ ଇଟାଭାଟିରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଦିନ ସମୟରେ ନିଆଁ ଲଗାଯାଇଥିବା ଇଟାଭାଟି ଉପରେ ଉପରୋକ୍ତ ଚାରିଜଣ ହାତୀ ଆକ୍ରମଣ ଭୟରେ ରାତିରେ ଯାଇ ଶୋଇ ଥିଲେ । ତେବେ ବିଳମ୍ବିତ ରାତିରେ ସମସ୍ତେ ଅଣନିଶ୍ବାସୀ ହୋଇ ଗୁରୁତର ହୋଇ ପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଣ୍ଟାବଣିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories