କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର
ଭୁବନେଶ୍ୱର: ହାତ ଧରିଲେ ଓଡ଼ିଆ ଅଭିନେତା ମନୋଜ ମିଶ୍ର । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ । ପିସିସି ସଭାପତି, ଓଡ଼ିଶା ପ୍ରଭାରୀ ଓ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ହାତ ଧରିବା ପରେ ମନୋଜ କହିଛନ୍ତି ନେତା ହେବା ପାଇଁ ଆସିନାହିଁ, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । କଂଗ୍ରେସରେ ସାମିଲ ହୋଇ ଲୋକଙ୍କ ପାଇଁ ସ୍ୱର ଉଠାଇବେ ବୋଲି କହିଛନ୍ତି । ନିର୍ବାଚନ ଲଢିବେ କି ନାହିଁ ତାହା ଦଳ ସ୍ପଷ୍ଟ କରିବ ବୋଲି ମନୋଜ କହିଛନ୍ତି ।
Comments are closed.