ଦନ୍ତାହାତୀ ଆକ୍ରମଣରେ ଦୁଇ ମୃତ

ଢେଙ୍କାନାଳ : ପୁଣି ହାତୀ ଉପଦ୍ରବ ଘଟଣା ସାମ୍ନାକୁ ଆସିଛି। ଢେଙ୍କାନାଳର ୨ଟି ସ୍ଥାନରେ ୨ ଜଣଙ୍କ ଉପରେ ହାତୀ ଆକ୍ରମଣ କରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜ ନିମିଧା ଓ ତରକାବେଡା ଗାଁରେ ଦନ୍ତା ହାତୀର ଦୌରାତ୍ମ୍ୟ ଦେଖାଯାଇଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଛି। ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହାତୀ ୨ ଜଣଙ୍କୁ କଚାଡି ମାରିବାରୁ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।

 

Comments are closed.