www.samajalive.in
Saturday, December 6, 2025
16.1 C
Bhubaneswar

ନିଟ୍ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଏପରି କହିଲେ ଶିକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ନିଟ୍ କାଉନସେଲିଂ ଉପରେ ରୋକ୍ ଲାଗିବନି। ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ଏବଂ ପୁଣି ଥରେ ପରୀକ୍ଷା ହେବାକୁ ନିଷ୍ପତ୍ତି ହୋଇଛି। ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀମାନେ ପୁଣି ପରୀକ୍ଷା ଦେବେ । ଜୁନ୍ ୨୩ ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ ଜୁନ୍ ୩୦ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସେପଟେ ନିଟ୍ ପରୀକ୍ଷା ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାରେ ଭାରତ ସରକାର ଓ ଏନଟିଏ ପ୍ରତିବଦ୍ଧ। ୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ଵଚ୍ଛତାର ସହ ପରୀକ୍ଷା ଦେଇଛନ୍ତି। ପେପର ଲିକ୍ ହୋଇନି , କି ହେବାର ଏବେ ଯାଏଁ ପ୍ରମାଣ ମିଳିନି। ୧୫୬୩ ପିଲାଙ୍କ ପାଇଁ କୋର୍ଟ ଙ୍କ ନିର୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି। ଏ ନେଇ କମିଟି ଗଠନ କରାଯାଇଛି। କୋର୍ଟଙ୍କ ନିର୍ଦେଶକୁ ଆମେ ଗ୍ରହଣ କରିବୁ। ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି ତାହାର ସମାଧାନ କରିବାକୁ ପ୍ରୟାସ କରାଯିବ। ଏହା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories