ଭୁବନେଶ୍ୱର: ପୋଷ୍ଟାଲ୍ ପରୀକ୍ଷାରେ ଜାଲ ସାର୍ଟିପିକେଟ ନେଇ ରାଜ୍ୟର ବିଭିନ୍ନ ଜିଲାରେ ସିବିଆଇ ଚଢାଉ ହୋଇଛି। କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ନବରଙ୍ଗପୁରର ମୋଟ ୬୭ଟି ସ୍ଥାନରେ ଚଢାଉ ଜାରି ରହିଛି। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଆସିଥିଲା। ଚଢାଉରେ ୧୨୨ଜଣ ସିବିଆଇ ଅଧିକାରୀ ଓ ଅନ୍ୟ ୮୨ ଅଧିକାରୀମାନେ ସାମିଲ ହୋଇଛନ୍ତି। ଆନ୍ତଃରାଜ୍ୟ ଗ୍ୟାଙ୍ଗ ଜାଲ ସାର୍ଟିଫିକେଟ ଯୋଗାଇ ଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ୨୦୨୩ ମେ ୯ତାରିଖରେ ମାମଲା ଦାୟର କରିଥିଲା ସିବିଆଇ।



