www.samajalive.in
Tuesday, December 9, 2025
19.1 C
Bhubaneswar

୧୧ ଡିସେମ୍ବର ପରେ ରାମ ମନ୍ଦିର ନେଇ ବଡ଼ ଘୋଷଣା !

ଅଯୋଧ୍ୟା : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଧର୍ମସଭା ଶେଷ ହୋଇଛି । କୋଟି କୋଟି ହିନ୍ଦୁଙ୍କର ଆସ୍ଥାକୁ ଧ୍ୟାନରେ ରଖି ବିଶ୍ୱ ହିନ୍ଦୁ ପରିଷଦ ରାମ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ଚଲୁ ରଖିବା ପାଇଁ ଧର୍ମସଭାରେ ସଂକଳ୍ପ ନିଆଯାଇଛି। ରବିବାର ରାମ ନଗରୀରେ ଆୟୋଜିତ ଧର୍ମ ସଭା ପାଇଁ ସକାଳୁ ସକାଳୁ ରାମଭକ୍ତଙ୍କ ଭିଡ ଲାଗିଥିଲା। ପ୍ରସାଶନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ  ରାମଭକ୍ତଙ୍କ  ଅସମ୍ଭବ ଭିଡ଼ ଯୋଗୁ ସମଗ୍ର ଅଯୋଧ୍ୟା ସୋମାନଙ୍କ  କବଜାକୁ ଆସିଯାଇଥିଲା।
ଧର୍ମସଭାକୁ ସମ୍ବୋଧିତ କରି ତୁଳସୀ ପୀଠାଧୀଶ୍ୱର ଚିତ୍ରକୂଟ ରାମଭଦ୍ରାଚାର୍ଯ୍ୟ ରାମ ଭକ୍ତମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଭାଜପା ହିଁ ରାମ ମନ୍ଦିିର ନିର୍ମାଣ କରିବ। ସେ କହିଥିଲେ ଯେ ନିକଟରେ ସେ କେନ୍ଦ୍ର ସରକାରଙ୍କର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୬ ପୂର୍ବରୁ ଅଯୋଧ୍ୟା ପ୍ରସଙ୍ଗରେ କିଛି କରିବାକୁ ଚାହୁଁଥିଲେ, କିନ୍ତୁ ୫ଟି ରାଜ୍ୟର ନିର୍ବାଚନ କାରଣରୁ ଏହା ହୋଇପାରିଲା ନାହିଁ।

- Advertisement -

ତେବେ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ମନ୍ତ୍ରୀଙ୍କଠାରୁ ଭରସା ମିଳିଛି ଯେ ୧୧ ଡିସେମ୍ବର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଲୋଚନା ପରେ ଅଯୋଧ୍ୟା ରାମମନ୍ଦିର ବିଷୟରେ କିଛି ବଡ଼ ନିଷ୍ପତ୍ତି ନିଆଯିବ। ରାମଭକ୍ତମାନଙ୍କୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ଭାଜପା ସରକାରଙ୍କ ଉପରେ ରାମଭକ୍ତମାନଙ୍କୁ ଭରସା ରଖିବା ଦରକାର। କାରଣ ଭାଜପା ସରକାର ହିଁ ଅଯୋଧ୍ୟାରେ ଶୀଘ୍ର ରାମ ମନ୍ଦିିର ନିର୍ମାଣ କରିବେ।
ଧର୍ମସଭାରେ ୭୫୦୦୦ରୁ ଅଧିକ ଲୋକ ଭାଗନେଇଥିବା ବେଳେ ରବିବାର ଅପରାହ୍ନ ସୁଦ୍ଧା ୨୭୦୦୦ରୁ ଅଧିକ ଲୋକ ରାମଲାଲାଙ୍କର ଦର୍ଶନ କରିଥିବା ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ରାଜ୍ୟର ଏଡିଜି ଆନନ୍ଦ କୁମାର କହିଛନ୍ତି।
ଅନ୍ୟପକ୍ଷରେ ଧର୍ମସଭାରେ ଭାଗନେବା ପାଇଁ ଅଯୋଧ୍ୟାରେ ପହଞ୍ଚୁଥିବା ରାମଭକ୍ତମାନଙ୍କୁ ସେଠାକାର ମୁସଲିମ୍ ସମୁଦାୟ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା। ଯାହା ପରୋକ୍ଷରେ ସାଂପ୍ରଦାୟିକ ସୌହାଦ୍ୟର ପରିବେଶ ସୃଷ୍ଟି କରିଥିଲା। ଧର୍ମସଭା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇ ସେମାନେ ଫୁଲ ପକାଇ ରାମଭକ୍ତମାନଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories