ଚାନ୍ଦିପୁଟ : ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ତିଦ୍ଦତୀୟ ସେଟଲମେଣ୍ଟ ଅଫିସ ପରିସରରେ ଥିବା ସାସ୍କୃତିକ ମଣ୍ଡପରେ ତୀଦ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ୮୪ ତମ ଜନ୍ମବାର୍ଷିକୀ ଉତ୍ସବ ମାହାଆଡମ୍ବରରେ ଆରମ୍ଭ ହୋଇଯାଇଛି । ବୌଦ୍ଧ ଧର୍ମାବଲମ୍ବୀ ତୀଦ୍ଦତୀୟମାନେ ଭାରତୀୟ ଶରଣାର୍ଥୀ ଭାବେ ମୋହନା ବ୍ଲକର ଜିରାଙ୍ଗ, ମହେନ୍ଦ୍ରଗଡ, ଲବାରସିଂ, ଟାଙ୍କିଲିପଦର, ଚନ୍ଦ୍ରଗିରି ଠାରେ ୫ ଟି କ୍ୟାମ୍ପରେ ବାସ କରିଆସୁଛନ୍ତି । ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟରେ ପ୍ରତି ବର୍ଷ ଜୁଲାଇ ୬ ତାରିଖରେ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମବାର୍ଷକୀ ଉତ୍ସବକୁ ବହୁ ଶ୍ରଦ୍ଧାର ସହ ତୀଦ୍ଦତୀୟମାନେ ପାଳନ କରୁଥିବା ବେଳେ ଏହି ଉତ୍ସବ ତିନି ଦିନ ଧରି ୫ କ୍ୟାମ୍ପର ସମସ୍ତ ଲୋକେ ଏକତ୍ରୀତ ହୋଇ ନାଚଗୀତରେ ମସଗୁଲ ହୋଇ ପର୍ବ ପାଳୁଛନ୍ତି ।
ଚଳିତ ବର୍ଷ ଚନ୍ଦ୍ରଗିରି ତିଦ୍ଦତୀୟ ସେଟଲମେଣ୍ଟ କାର୍ୟ୍ୟାଳୟର ମୁଖ୍ୟ ପରିଚାଳକ ଚାନାର ସନଦୁପଙ୍କ ତତ୍ବାବଧନାରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଅର୍ଥାତ ଆଜିର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିରାଙ୍ଗ ବୌଦ୍ଧ ମନ୍ଦିରର ମୁଖ୍ୟ ପୁଜକ ଲାମା ଜୀଗମୀ ରିନପୋଚ ଓ ଲବାରସିଂ ବୌଦ୍ଧ ମନ୍ଦିରର ପୁଜକ ଲାମା ଗେପା ରାନପୋଚ ଯୋଗଦେଇ ଦଲାଇଲାମାଙ୍କ ଦୀର୍ଘାଆୟୁ କାମନା କରି ପାର୍ଥନା କରିଥିଲେ । ଏହାସହ ସମ୍ମାନୀତ ଅତିଥି ଭାବେ ଆର ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି, ମୋହନା ତହସିଲଦାର କଲ୍ୟାଣି ସଂଘମିତ୍ରା ଯୋଗେଦଇଥିଲେ । ମଞ୍ଚାସିନ ଅତିଥି ଭାବେ ସ୍ଥାନୀୟ ତିଦ୍ଦତୀୟ ଏସେମ୍ବଲୀ ଚେୟାରମେନ ସେରିଙ୍ଗ ଫୁନଟୋସ ଯୋଗଦେଇଥିବା ବେଳେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରରେ ତୀଦ୍ଦତୀୟମାନେ ନିଜର ପାରମ୍ପରିକ ବେଷରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ଯୋଗଦେବାପାଇଁ ବିଦେଶରୁ ବହୁ ତୀଦ୍ଦତୀୟ ଆସିଥିବା ବେଳେ ଆୟୋଜିତ କାର୍ୟ୍ୟକ୍ରମରେ ୫ ଟି କ୍ୟାମ୍ପର ଦୁଇହଜାରରୁ ଅଧିକ ତୀଦ୍ଦତୀୟଙ୍କ ସମାଗମ ହୋଇଥିଲେ । ଆଗାମୀ ଦୁଇ ଦିନ ଏଭଳି ଚାଲିବ ବୋଲି ସ୍ଥାନୀୟ ତିଦ୍ଦତୀୟ ମୁଖ୍ୟ ପରିଚାଳକ ସୂଚନା ଦେଇଛନ୍ତି । ବିଧାୟକ ଦାଶରଥି ଗମାଙ୍ଗ ତିଦ୍ଦତୀୟମାନଙ୍କ ଏଭଳି ସାଂସ୍କୃତିକ ସଭ୍ୟତା ଓ ବୌଦ୍ଧ ଧର୍ମର କୀର୍ତ୍ତୀ ଅଞ୍ଚଳରେ ରହିଥିବାରୁ ଓଡିଶାର ଗୌରବ ବୋଲି ପ୍ରକାଶ କରିଛନ୍ତି ।



