www.samajalive.in
Friday, December 5, 2025
26.1 C
Bhubaneswar

ରିଙ୍ଗ୍‌ ମାଷ୍ଟରଙ୍କୁ ମାରିବା ପରେ ରିଙ୍ଗ ମଧ୍ୟରେ ମୃତ ଦେହ ସହ ଖେଳିଲେ ବାଘ

ରୋମ . – ସର୍କସରେ ରିଙ୍ଗ ମାଷ୍ଟରଙ୍କ କଥା ମାନି ଭୟଙ୍କର ବାଘ ସିଂହ ବି ବେଶ୍‌ ସୁଧାର ଭାବେ ଖେଳ ଦେଖାଇ ଥାଆନ୍ତି । ଏହା ଦର୍ଶକଙ୍କ ପାଇଁ ବେଶ୍‌ ରୋଚକ ହୋଇଥାଏ । ହେଲେ ବେଳେ ବେଳେ ଏଥିପାଇଁ ରିଙ୍ଗ ମାଷ୍ଟରଙ୍କୁ ନିଜର ଜୀବନ ବି ଦେବାକୁ ପଡିଥାଏ । ଏପରି ଏକ ଘଟଣା ଇଟାଲୀରେ ଘଟିଛି । ଦୁନିଆଁର ସବୁଠାରୁ ବଡ ରିଙ୍ଗ ମାଷ୍ଟର କୁହାଯାଉଥିବା ଏଟୋର ବେବରଙ୍କୁ ଗୋଟିଏ ବାଘ ମାରିବା ପରେ ଅନ୍ୟ ବାଘଙ୍କ ସହ ମିଶି ତାଙ୍କ ମୃତ ଦେହ ସହ ଖେଳିବାକୁ ଲାଗିଥିଲା ।

ଏଟୋର ଇଟାଲୀର ସିରକୋ ସର୍କସରେ ଏକଥରକେ ୪ଟି ବାଘ ସହ ଖେଳ ଦେଖାଇ ଥାଆନ୍ତି । ସେ ଏକ ସୋ ପାଇଁ ପ୍ରସ୍ତୁତି କରୁଥିଲେ । ରିଙ୍ଗ ଭିତରେ ଏହି ସମୟରେ ୪ଟି ବାଘ ଥିଲେ । ବାଘମାନେ ବି ତାଙ୍କ କଥା ଅନୁସାରେ ଖେଳ ପ୍ରଦର୍ଶନ କରୁଥିଲେ । ଏତିକି ବେଳେ ଗୋଟିଏ ବାଘ ତାଙ୍କୁ ଆକ୍ରମଣ କରି ତଳେ ପକାଇ ଦେଇଥିଲା । ଅନ୍ୟ ବାଘମାନେ ତା ସହ ମିଶି ତାଙ୍କୁ ଆକ୍ରମଣ କରିଥିଲେ । ଏହା ସହ ତାଙ୍କ ମୃତ ଶରୀର ସହ ଖେଳିଥିଲେ । ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ବାଘମାନେ ଏପରି କରିଥିଲେ ।

- Advertisement -

ଏହି ସମୟରେ ତାଙ୍କ ସହଯୋଗୀ ଓ ଡାକ୍ତର ଘଟଣାସ୍ଥଳରେ ରହିଥିଲେ ।ମାତ୍ର ସେମାନେ ଏଟୋରଙ୍କ ଜୀବନ ରକ୍ଷା କରି ପାରି ନଥିଲେ । ଏଟୋରଙ୍କୁ ବାଘମାନେ ଆକ୍ରମଣ କରିବା ସମୟରେ ସହଯୋଗୀମାନେ ତାଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ବାଘମାନେ କିଛି ଶୁଣୁ ନଥିଲେ । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
ଏହି ବାଘମାନଙ୍କୁ ସର୍କସରୁ କାଢି ନିଆଯାଇଛି । ଏକ ଚିଡିଆଖାନାରେ ଏହି ବାଘମାନଙ୍କୁ ରଖା ଯାଇଛି ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories