ଲୀଡ୍ସ: ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ଆଜି (ଶନିବାର) ଲୀଡ୍ସ ଓଲର୍ଡ ଟ୍ରାଫୋର୍ଡ଼ ଷ୍ଟାଡିଅମରେ ଭାରତ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଆରମ୍ଭ ହେବାର କିଛି ସମୟ ପରେ ଷ୍ଟାଡିଅମ ଉପରେ ଏକ ଅଜଣା ବିମାନ ଭାରତ ବିରୋଧୀ ବ୍ୟାନର ସହ ଉଡିଥିଲା। ସେହି ବିମାନରେ ବନ୍ଧା ଯାଇଥିବା ବ୍ୟାନରରେ ଲେଖାଥିଲା ‘India Stop Genocide & Free Kashmir’ ଅର୍ଥାତ ‘ଭାରତ ନରସଂହାର ବନ୍ଦ କର, କାଶ୍ମୀରକୁ ମୁକ୍ତ କର’।
ଗତ ୧୦ ଦିନ ମଧ୍ୟରେ ଏହା ଦ୍ଵିତୀୟ ଘଟଣା। ଏହା ପୂର୍ବରୁ ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଚାଲିଥିଲା ବେଳେ ବଲୁଚିସ୍ତାନକୁ ସମର୍ଥନ କରି ଏକ ଅଜଣା ବିମାନ ବ୍ୟାନର ସହ ପଡିଆ ଉପର ଦେଇ ଉଡିଥିଲା। ସେହି ଘଟଣାରେ ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।
ଆଇସିସି ଏଭଳି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରି କହିଛି, ସ୍ଥାନୀୟ ପୁଲିସ ପ୍ରଶାସନ ଏଭଳି ଘଟଣା ଆଉ ଘଟିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲା କିନ୍ତୁ ବିମାନଘାଟିରେ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି।



