www.samajalive.in
Saturday, December 6, 2025
16.1 C
Bhubaneswar

୫ ବର୍ଷର ସର୍ବୋଚ୍ଚସ୍ତରରେ ସୁନା ଦର

ନୂଆଦିଲ୍ଲୀ : ସୁନା ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଘରୋଇ ଅଳଙ୍କାର ବଜାର ଉପରେ ପଡିଛି। ଏହି କ୍ରମରେ ଶନିବାର ସୁନା ଦର ୫ ବର୍ଷର ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ୭୦୦ ଟଙ୍କା ବୃଦ୍ଧି ସହ ସୁନା ଦର ୧୦ ଗ୍ରାମ ବା ଭରି ପ୍ରତି ୩୫,୪୭୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୮୦ ଟଙ୍କା ବୃଦ୍ଧି ସହ ରୁପା କିଲୋ ପ୍ରତି ୩୮,୮୦୦ ଟଙ୍କାରେ ପହଞ୍ଚିଛି।

ପ୍ରକାଶ ଯେ ଶୁକ୍ରବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୧୯ ବର୍ଷର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ ସୁନାର ଆମଦାନୀ ଶୁଳ୍କକୁ ୧୦%ରୁ ୧୨.୫%କୁ ବୃଦ୍ଧି କରିଦିଆଯାଇଛି। ଫଳରେ ଏହାର ପ୍ରଭାବ ଘରୋଇ ଅଳଙ୍କାର ବଜାରରେ ପରିଲକ୍ଷିତ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯% ସୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୩୫,୪୭୦ ଟଙ୍କା ଥିବାବେଳେ ୯୯.୫% ସୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୩୫,୩୦୦ ଟଙ୍କାରେ ପହଞ୍ଚିଛି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ୨୦୧୮-୧୯ ଆର୍ଥିକ ବର୍ଷରେ ସୁନା ଆମଦାନୀରେ ୩% ହ୍ରାସ ଘଟିଥିଲା । ୨୦୧୮-୧୯ରେ ୩୨.୮ ଶହ କୋଟି ଡଲାରର ସୁନା ଆମଦାନୀ କରାଯାଇଛି । ସୁନା ଆମାଦାନୀରେ ହ୍ରାସ ଚାଲୁ ଖାତାର ନିଅଣ୍ଟର ଅଙ୍କୁଶ ଲଗାଇବାରେ ସହାୟକ ହୋଇଥାଏ। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୩୩.୭ ଶହ କୋଟି ଡଲାରର ସୁନା ଆମଦାନୀ କରାଯାଇଥିଲା। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ୨୭.୫ ଶହ କୋଟି ଡଲାର, ୨୦୧୫-୧୬ ଆର୍ଥିକ ବର୍ଷରେ ୩୧.୮ ଶହ କୋଟି ଡଲାରର ସୁନା ଆମଦାନୀ କରାଯାଇଥିଲା। ୨୦୧୭-୧୮, ୨୦୧୬-୧୭ ଓ ୨୦୧୫-୧୬ରେ ଯଥାକ୍ରମେ ୯୫୫ ଟନ, ୭୭୮ ଟନ ଏବଂ ୯୬୮ ଟନ ସୁନା ଆମଦାନୀ କରାଯାଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories