www.samajalive.in
Saturday, December 13, 2025
21.1 C
Bhubaneswar

ଧର୍ମଗଡ ଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ ଉଦଘାଟିତ

ଧର୍ମଗଡ : ମଙ୍ଗଳବାର ଏକ ଭବ୍ୟ ସମାରୋହରେ ଐତିହାସିକ ରହସ୍ୟମୟ ଉର୍ଲାଦାନୀ ଶାଙ୍କୁଶ ଧବଳେଶ୍ୱର ଶୈବ ପୀଠ ଓ କେନ୍ଦୁଘାଟି ବନଦୁର୍ଗା ମନ୍ଦିର ମଞ୍ଚରେ କଳାହାଣ୍ଡିର ଲୋକ ସଂସ୍କୃତି, ପରମ୍ପରା ଓ ଲୋକ କଳାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା-୨୦୧୯ର ଜିଲା ସ୍ତରୀୟ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ସକାଳ ୯ ଘଣ୍ଟା ସମୟରେ ଧର୍ମଗଡର ଅଧିଷ୍ଠାତ୍ରୀ ଦେବୀ ମାଆ ଭଣ୍ଡାର ଘରଣୀଙ୍କ ମନ୍ଦିରରେ ପୁଜାଚ୍ଚନା ସହ ମାଆଙ୍କ କଳସ ସହର ପରିକ୍ରମା କରିବା ପରେ କଳାହାଣ୍ଡି ଉତ୍ସବ ମୁଖ୍ୟ ମଞ୍ଚରେ ସ୍ଥାପନ କରାଯାଇଥିଲା। ମାଆଙ୍କ ଏହି କଳସ ଯାତ୍ରା ସମୟରେ ସହରର ପ୍ରତ୍ୟେକ ଘର ସମ୍ମୁଖରେ ମହିଳା ମାନେ ଦେବୀଙ୍କୁ ସ୍ୱାଗତ କରି ବନ୍ଦାପନା କରିଥିଲେ। ସଂନ୍ଧ୍ୟାରେ ଧର୍ମଗଡ ଉପ-ଜିଲାପାଳ ତଥା ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ପଦ୍ମନାଭ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଏହି ଉତ୍ସବକୁ ଓଡିଶା ସରକାରଙ୍କ ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧ୍ୟକ୍ଷ ଭୂପିନ୍ଦର ସିଂ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୋମବାର କଳାହାଣ୍ଡି ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି କରିପାରିଛି। ଜିଲାର ସଂସ୍କୃତି ପରମ୍ପରା ଓ ଐତିହ୍ୟକୁ ଉଦଜୀବିତ କରିବା ପାଇଁ ଏହି ଉତ୍ସବର ପରିକଳ୍ପନା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ତଥା ବିଜେଡି ମୂଖପାତ୍ର ପୁଷ୍ପେନ୍ଦ୍ର ସିଂଦେଓ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭବାନିପାଟଣା ବିଧାୟକ ଅନାମ ନାଏକ, ଧର୍ମଗଡ ଏନଏସି ଅଧ୍ୟକ୍ଷା ହୀରା ବାଗ ପ୍ରମୁଖ ଯୋଗଦେଇ ଥିଲେ। ଏହି କାଯ୍ୟକ୍ରମରେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଧର୍ମଗଡ ବିଡିଓ ଅଶୋକ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଘୁମୁରା ନୃତ୍ୟର ତାଳେ ତାଳେ ଆରମ୍ଭ ହେଇଥିଲା ସାଂସ୍କୃତିକ କାଯ୍ୟକ୍ରମ। ଜୟପାଟଣାର ରିଦିମ ସ୍କିଲ ଡ୍ୟାନ୍ସ ଗ୍ରୁପ, ଚିଚିଆ କଲେଜ, ଗୁରୁଗୀତା ପବ୍ଳିକ ସ୍କୁଲ, ତେଲେଙ୍ଗନା, ଲହରି ସମ୍ବଲପୁର, ଡାଇନାମିକ ଡ୍ୟାନ୍ସ ଗୃପ, ଭବାନିପାଟଣା, ମୋଟେରର ଘୁମୁରା ଦର୍ଶକଙ୍କୁ ପ୍ରବଳ ଶୀତରେ ବାନ୍ଧି ରଖିଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ମୁନି, ଘନଶ୍ୟାମ ମେହେର, ସଂଜୀବ ମୁଣ୍ଡ ପରିଚାଳନା କରିଥିଲେ। କଳାହାଣ୍ଡି ଉତ୍ସବ ଦେଖିବା ପାଇଁ ପଡୋଶୀ ରାଜ୍ୟ ଛତିଶଗଡ ସମେତ ପଡୋଶୀ ଜିଲ୍ଲା ନବରଂଗପୁର, ନୁଆପଡା, ବଲାଙ୍ଗିର, କୋରାପୁଟ ଆଦି ଜିଲ୍ଲାରୁ ଏଠାକୁ ଦର୍ଶକଙ୍କ ଭିଡ ଜମିଥିଲା। ଭିଡକୁ ଦୃଷ୍ଟିରେ ରଖି ଧର୍ମଗଡ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏସଡିପିଓ ସୁରେନ୍ଦ୍ର ଶତପଥୀ ଓ ଧର୍ମଗଡ ଆଇଆଇସିି ଡମୁ ପରଜାଙ୍କ ତତ୍ୱାବଧାନରେ ୧୫ ଅଫିସର, ୪୦କନେଷ୍ଟବଳ, ୩୦ ହୋମଗାର୍ଡ ଓ ୨ପ୍ଳାଟୁଟ ଆଇଆରବି ଯବାନ ମୂତୟନ ଥିଲେ।

 

- Advertisement -

 

Hot this week

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

Related Articles

Popular Categories