ଲିଙ୍ଗରାଜ ପାସେଞ୍ଜର ହଲ୍ଟଠାରେ ତ୍ରୟୋଦଶତମ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ବର: ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ତଥା କୋର କମିଟିର ମୁଖ୍ୟ ନୀଳମଣି ମିଶ୍ରଙ୍କ ଆହ୍ବାନ କ୍ରମେ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ତ୍ରୟୋଦଶଥର ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ପୂର୍ବପରି ଧାରଣାର ମୁଖ୍ୟ ପ୍ରସଙ୍ଗ ରହିଥିଲା, ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦେବା ତଥା ତିରୁପତି ବା ଧଉଳି ନାମକରଣ ପରି ଲିଙ୍ଗରାଜଙ୍କ ନାମରେ ଟ୍ରେନ ଚାଲୁକରିବା।

ଏଠାରେ ଉଲ୍ଲେଖଯୋଗ୍ୟ, ଉକ୍ତ ପାସେଞ୍ଜର ହଲ୍ଟଟି ପୁରୁଣା ଭୁବନେଶ୍ୱରରେ ଅବସ୍ଥିତ। ଏହି ପାସେଞ୍ଜର ହଲ୍ଟ ନିକଟରେ ବହୁ ପୌରାଣିକ ମନ୍ଦିର, ଦର୍ଶନୀୟ ସ୍ଥାନ ତଥା ଆନ୍ତର୍ଜାତୀୟ ବିମାନ ବନ୍ଦର ରହିଛି। ସେହିପରି ଦିନକୁଦିନ ପୁରୁଣା ଭୁବନେଶ୍ୱରର ଲୋକସଂଖ୍ୟା ବଢ଼ିବାରେ ଲାଗିଛି ତଥା ବହୁତଳ ବିଶିଷ୍ଟ ଘର, ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପୂର୍ବ ତୁଳନାରେ ବଢି ବଢି ଚାଲିଛି। ତେଣୁ ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ଦେବା ନିହାତି ଜରୁରୀ ବୋଲି ଆଜିର ଧାରଣାରେ ମତ ପ୍ରକାଶ ପାଇଥିଲା ।

ଆଜିର ଏହି ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ ପାଣିଗ୍ରାହୀ, ହାଜି ଶେଖ ମିଆମତ ତୁଲ୍ଲା, ଦାମୋଦର ସାମନ୍ତରାୟ, ଅନୁପମ ବୋଷ, ସତ୍ୟନାରାୟଣ ସାମନ୍ତରାୟ, ଡ଼ଃ ସୁଦର୍ଶନ ବଳିଆରସିଂହ ଓ ସନ୍ତୋଷ କୁମାର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ଘନଶ୍ୟାମ ମଲ୍ଲିକ, ଟି. ରାମାରାଓ ଏବଂ ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

Comments are closed.